STORYMIRROR

Ajit Kumar Raut

Others

3  

Ajit Kumar Raut

Others

ମୟୂର

ମୟୂର

1 min
188


ଅତି ହିଁ ସୁନ୍ଦର ହୋଇଛି ରଙ୍ଗୋଲି

ମୟୂର ରୂପରେ ଏହି,

ରଙ୍ଗୋଲି ଲେଖିଛି ବିନିତା ସାମଲ

ନିଜେ ମନ ଧ୍ୟାନେ ଏହି।୧।


ଡିଜିଟେଲ ଦ୍ୱାରା ପଢା ହେଉ ଅଛି

ସ୍କୁଲ ହିଁ ରହିଛି ବନ୍ଦ

ଡିଜିଟେଲ ଦ୍ୱାରା ପଢାପଢି ହୁଏ

ଡିଜିଟେଲ ହେଲା ଛନ୍ଦ।୨।


ଡିଜିଟେଲ ଏବେ ଦେଉଛି ଗୌରବ

ମାଧ୍ୟମ ହେଲାଟି ଏହି,

ଛାତ୍ରଛାତ୍ରୀ ଏବେ ପାଠ ପଢୁଛନ୍ତି

ପଢାର ମାଧ୍ୟମ ଏହି।୩।


ମୟୂର ରୂପରେ ରଙ୍ଗୋଲି ଲେଖିଛି

ଶିକ୍ଷକ କହିଲେ ଏହା,

ଫୋଟୋ କରି ତାହା ପଠାଇଲା ପୁଣି

ଶିକ୍ଷକ ପାଖକୁ ତାହା।୪।


ଡିଜିଟେଲ ହୁଏ ସମ୍ପୂର୍ଣ୍ଣ ଭାରତ

ଜ୍ଞାନ ଡିଜିଟେଲ ହେଲା,

ଛାତ୍ରଛାତ୍ରୀ ସବୁ ଉତ୍ସାହେ ଅଛନ୍ତି

ଦେଶ ଡିଜିଟେଲ ହେଲା।୫।


ଅତି ହିଁ ସୁନ୍ଦର ହୋଇଛି ରଙ୍ଗୋଲି

ମୟୂର ରୂପରେ ଏହି,

ରଙ୍ଗୋଲି ଲେଖିଛି ବିନିତ ସାମଲ

ନିଜେ ମନ ଧ୍ୟାନେ ଏହି।୬




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍