STORYMIRROR

Prasanta kumar Hota

Others

2  

Prasanta kumar Hota

Others

ମୟୁର ରଖିଛି ଚନ୍ଦ୍ରିକା ତୋ ପାଇଁ

ମୟୁର ରଖିଛି ଚନ୍ଦ୍ରିକା ତୋ ପାଇଁ

1 min
432


ମୟୁର ରଖିଛି ଚନ୍ଦ୍ରିକା ତୋ ପାଇଁ

କଳା କେଶେ ଦେବୁ ଥୋଇ

ଗୋପପୁରେ ଆଉ କେହି ଦିଶୁ ନାହିଁ

କହ କୃଷ୍ଣ ରହୁ କାହିଁ।


ଆସିବ କି ଦିନ ଫେରିବ ମୋ କୃଷ୍ଣ

ଗୋପରେ ଫୁଟି ହସ

ଗୋପେ ଗୋପାଙ୍ଗନା ପୁଣି ସଜାଇବେ

କେତେ ରଙ୍ଗେ କରି ରାସ


କଦମ୍ବର ଗଛ ରହିଛି ଅନାଇ

କେତେ ଦୁଃଖ ତୋର ପାଇଁ

ଫେରିବ ବୋଲି ତୋ ପାଦ ଯୁଗଳକୁ

ରହିଛି ଚାତକ ହୋଇ।


ଥରେ ଆସ ଫେରି ତୋର ଗୋପପୁରୀ

ଦେଖିଯିବ ଏକା ସାଙ୍ଗେ

ଯମୁନା କୁଳ ବି ଉଛୁଳେ ଅଧିରେ

ତରଙ୍ଗ ତୀରରେ ଭାଙ୍ଗେ


ବଇଁଶୀର ସ୍ଵର ଶୁଣିବାକୁ ତର

ଶୁଭୁନାହିଁ ଆଉ ଏଠି

କୃଷ୍ଣ ବିରହରେ ଭକତ କାନ୍ଦୁଛି

ଆନମନା ଏଠିସେଠି


ସତେକି ଫେରିବ ତୋର ରୂପ ଥରେ

ଆଖି ଲୁହ ଯାଏ ବୋହି

କଦମ୍ବର ମୂଳେ ଯମୁନାର କୂଳେ

ବଂଇଶୀର ତାନେ ମୋହି


ପ୍ରଶାନ୍ତ କୁମାର ହୋତା


Rate this content
Log in