STORYMIRROR

Biswaranjan Mohanty

Others

3  

Biswaranjan Mohanty

Others

ମୂର୍ଚ୍ଛନା

ମୂର୍ଚ୍ଛନା

1 min
168

ତୁମେ ଏକ ଶାଶ୍ୱତ ଚେତନା 

ତୁମେ ନିଷ୍ଠା ଅସାଧ୍ୟ  ସାଧନା 

ତୁମକୁ କରେ  ପ୍ରକାଶ 

ଦେଇ ଜୀବନ୍ୟାସ l 

ଛତ୍ରେ, ଛତ୍ରେ କରେ  ଯା ପ୍ରତିଷ୍ଠା 

ସେହି ମୋର ଜୀବନ୍ତ କବିତା 

ତୁମେ ଚିର ଚିନ୍ତାମଣି  

ଅଭୁତ ମୂର୍ଚ୍ଛନା  l 

ଏବେ ଧୀରେ ହେଉଛ ନିଶ୍ଚିହ୍ନ 

ନାହିଁ ତୁମ ଅପୂର୍ଵ ସୂଚନା l 

ନିରବଧି ନ ପାରଇ ଧରି 

ତୁମକୁ  ଚିହ୍ନାଇ ଯେତେ 

ହୃଦୟ ବିଦାରି 

ଧୀରେଧୀରେ ଯାଅ ଅପସରି 

ମୁଁ ସିନା ତୁମରି ତୁମେ 

ନୋହୁଛ ମୋହରି  l 



Rate this content
Log in