STORYMIRROR

Ram Prasad Bisoi

Others

3  

Ram Prasad Bisoi

Others

ମୂଳତତ୍ତ୍ଵ

ମୂଳତତ୍ତ୍ଵ

1 min
13.1K


ଅପରିବର୍ତ୍ତିତ

ପ୍ରେମ,

ଆଜି ମୁଁ ପିନ୍ଧିନାହିଁ,

ମୁଖା,

ନିଷ୍ପାପ ପ୍ରାଣଟିଏ,

ତୁମେ

ସକାଳର ସୁରୁଜ ଭଳି

ଅନେକ ପ୍ରତିଶ୍ରୁତିବଦ୍ଧ----!

ପ୍ରତ୍ୟେକ ସକାଳ ଭଳି ମୋ ହୃଦୟ ଧରି ରଖିଛି ତୁମ ଅମ୍ଳାନ

ପ୍ରତିଛବି,

ପୃଥିବୀରେ ଏମିତି କୌଣସି ଜାଗା ନାହିଁ

ମୁଁ ତୁମ ଠାରୁ ପାରିବି

ଲୁଚି,

ତୁମ ବଳିଷ୍ଠ ବନ୍ଧନରେ ରହି

ଛଟପଟ ହୁଏ

ପ୍ରାଣ,

ଚେଷ୍ଟାକରେ ଯିବାକୁ ବାହାରକୁ

କିନ୍ତୁ,

ଅନ୍ନୋନପାୟ ହୃଦୟ ବିଚରା

ନିବଧିତ

ନିବିଡ଼ତା ସହ,---------!!

ତୁମ

ହୃଦୟ କନ୍ଦରରେ

ବର୍ତ୍ତମାନ ସେ ବି ତୁମକୁ ରଖିଛି ଧରି,

ମୁଁ ବର୍ତ୍ତମାନ ବି ମୁକ୍ତ

ନୁହେଁ

ଯେ ଆରମ୍ଭ କରିପାରିବି

ତୁମକୁ ନ ନେଇ

ନୂତନ ଏକ ଜୀବନ

ମୋ ହୃଦୟ ଯେ

ପୂର୍ଣ୍ଣ ସମର୍ପିତ ତୁମ

ପଦପାଦେ

ଯେତେ ସହ୍ୟ କରି ପାରେ ବୋଧେ

ସେତକ ପାରେନି କହି

କାରଣ,

ମୋ ପ୍ରେମ ସଂଖ୍ୟାର ଗୁଣନ ଓ ଗୁଣିତକ

ଉଭୟ ହୋଇପାରେ

ତିନି ସଂଖ୍ୟା ବିଶିଷ୍ଠ ଅବା ଚାରି ସଂଖ୍ୟା ବିଶିଷ୍ଠ

ସେ

ତୁମ ଠାରେ

ଆରମ୍ଭ ଓ ଶେଷ,

ହୋଇପାର

ତୁମେ ଏକକ ଗରିଷ୍ଠ ସଂଖ୍ୟା ବିଶିଷ୍ଠ

ଯିଏ ଟାଣି ଓଟାରି ସକ୍ଷମ ହୋଇ ପାରିଛି

ଚଳାଇ ପାରିବାରେ

ମୋ ଜୀବନ ଚକ୍ର

ଦଣ୍ଡ,ଦିବା, ମାସ,ବର୍ଷ ପରିମାପକ

ବାହାରେ ତୁମ ଅସ୍ତିତ୍ଵ

ବନି ସାରିଛି ମୂଳତତ୍ତ୍ଵ-----------!!!!

©®କାଶ୍ୟପ

ରାମ ପ୍ରସାଦ ବିଶୋଇ

ରାୟଗଡା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍