STORYMIRROR

pratap nayak

3  

pratap nayak

ମୂକ ସାକ୍ଷୀ

ମୂକ ସାକ୍ଷୀ

1 min
523


କାଲି ତୁମେ ଚାଲିଗଲା ପରେ

ଚହଲା ପାଣି ରାଣ ଖାଇଛି

ଆଣିବନି ଆଉ ଜୁଆର

ରଗେଇବନି ତୁମକୁ

ତୁମ ସ୍ୱପ୍ନର ପ୍ରତିବିମ୍ବକୁ ରଖିବ ସାଇତି

କଳା ଘୁମର ଆଲୁରା କେଶ

ଧାର ନାକ ତଳକୁ ନାଲି ଓଠର ସମ୍ଭାର

ପୁଣି ମୁନି ମନ ଲୋଭା ଆଖି ଯୋଡିକ

ଖୁବ୍ ଭାବୁକ କଲାବେଳେ ମୋତେ

ତମେ ଚାଲିଗଲ କାଲି

ଏବେ ମୋ ମନର କଥା

ମୋ ଛାତିର ଗୁପତ ସ୍ନେହ

ହାବୁକା ମାରିବ ସେହି ଚିକ୍କଣ ଢଳଢଳ

ମୁହୁର୍ତ୍ତକୁ ସାକ୍ଷୀ ରଖି

ଯେଉଁଠି କେହି ନଥିବେ

ତୁମ ପଦଚିହ୍ନ ମଧ୍ୟ

ନିରିହ ଚହଲା ପାଣି

ପୁଣି ଉତଙ୍ଗ ଲହଡି

ଭାସୁଥିବ ନୀଳ ଆକାଶ କେବଳ ହେଇ ମୂକ ସାକ୍ଷୀ

ହଁ କେବଳ ହେଇ ମୂକ ସାକ୍ଷୀ ।

୭୦୦୮୦୫୪୨୮୨


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍