ମୂକ ସାକ୍ଷୀ
ମୂକ ସାକ୍ଷୀ
1 min
519
କାଲି ତୁମେ ଚାଲିଗଲା ପରେ
ଚହଲା ପାଣି ରାଣ ଖାଇଛି
ଆଣିବନି ଆଉ ଜୁଆର
ରଗେଇବନି ତୁମକୁ
ତୁମ ସ୍ୱପ୍ନର ପ୍ରତିବିମ୍ବକୁ ରଖିବ ସାଇତି
କଳା ଘୁମର ଆଲୁରା କେଶ
ଧାର ନାକ ତଳକୁ ନାଲି ଓଠର ସମ୍ଭାର
ପୁଣି ମୁନି ମନ ଲୋଭା ଆଖି ଯୋଡିକ
ଖୁବ୍ ଭାବୁକ କଲାବେଳେ ମୋତେ
ତମେ ଚାଲିଗଲ କାଲି
ଏବେ ମୋ ମନର କଥା
ମୋ ଛାତିର ଗୁପତ ସ୍ନେହ
ହାବୁକା ମାରିବ ସେହି ଚିକ୍କଣ ଢଳଢଳ
ମୁହୁର୍ତ୍ତକୁ ସାକ୍ଷୀ ରଖି
ଯେଉଁଠି କେହି ନଥିବେ
ତୁମ ପଦଚିହ୍ନ ମଧ୍ୟ
ନିରିହ ଚହଲା ପାଣି
ପୁଣି ଉତଙ୍ଗ ଲହଡି
ଭାସୁଥିବ ନୀଳ ଆକାଶ କେବଳ ହେଇ ମୂକ ସାକ୍ଷୀ
ହଁ କେବଳ ହେଇ ମୂକ ସାକ୍ଷୀ ।
୭୦୦୮୦୫୪୨୮୨
