STORYMIRROR

Chittaranjan Nanda

Others

3  

Chittaranjan Nanda

Others

ମୁଠା ମୁଠା ଅବାଞ୍ଛିତ ତଥ୍ୟ

ମୁଠା ମୁଠା ଅବାଞ୍ଛିତ ତଥ୍ୟ

1 min
133

ମୁଠା ମୁଠା ଅବାଞ୍ଛିତ ତଥ୍ୟରୁ ପାଇବା 

ହେଉ ସେ ସଂସ୍କୃତି ଅବା ରାଜନୀତି

ଇତିହାସ ଓ ପୁରାଣର ଅନ୍ଧାର ରାଜୁତି 

ଦେଖି ପ୍ରାଣୀ ଅବୋରନ୍ତି ଅନୁଭୂତି |୧|


କିଛି ସୂକ୍ଷ୍ମ ଫାଙ୍କ ପାଇ ଅପରାଧୀ ଖସିବାର 

ଚିତ୍ର ଦୃଶ୍ୟମାନ ହୁଏ

ସତ୍ୟକୁ ଲୁଚାଇଲେ ଅପରାଧ ବାୟୁର ପ୍ରବାହ 

ସର୍ବତ୍ର ବିଛୁରିତ ହୁଏ |୨|


ଅପରାଧର ମନର ହୋରି ଖେଳେ ନିୟନ୍ତ୍ରଣହୀନ 

ମଣିଷର ଉଦଣ୍ଡ ନୃତ୍ୟରେ

ଅଭିଜ୍ଞତାରୁ ତିଆରି ହୋଇଛି କିଛି ମଣିଷର କରମ 

ଅପରାଧ ପିଙ୍ଗଳ ଧାରାରେ |୩|


ଏ କେଉଁ ଧରମ କୁହ ଉତ୍କଣ୍ଠାରେ ବର ଦାନ 

ଦେଇ ଦୁଷ୍ଟଙ୍କୁ ସୃଷ୍ଟି କରିବ

ସେହି ସୃଷ୍ଟ ଅନ୍ୟାୟୀ ଦୁଷ୍ଟଙ୍କୁ ନାଶିବା ପାଇଁ 

ସତୀ ବୃନ୍ଦାବତୀର ସତୀତ୍ୱ ହରିବ |୪|


କହିବ ତୁଳସୀଟିଏ ହୁଅ ପୂଜା ପାଅ ଏହା କି 

ଧରମ ରଚିଛ ଅଜବ ମାୟାକୁ

କଅଣ ଶିଖିବେ ସମାଜର ପ୍ରାଣୀ ଦଣ୍ଡ ନପାଇଲେ 

ସ୍ୱୀକାର କରିଲେ ଦୋଷକୁ |୫|



Rate this content
Log in