Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Sahu

Others

3  

Niranjan Sahu

Others

ମୁଣ୍ଡ ଟେକି ଟେକି ଚାଲିବୁ

ମୁଣ୍ଡ ଟେକି ଟେକି ଚାଲିବୁ

1 min
464


ଗଞ୍ଜେଇ ଖାଇଲେ ଗଞ୍ଜୁଡୁ ହେବୁ

ଢୁଲେଇ ଢୁଲେଇ ରହିବୁ

ମଦ ପିଇଲେ ତୁ ମଦୁଆ ହେବୁ

ବାଟରେ ଘାଟରେ ଗଡ଼ିବୁ ।


ଅଫିମ ଖାଇଲେ ଉଲୁକ ହେବୁ

ଉଲୁକ ଭଳିଆ ଦେଖିବୁ

ଜୁଆ ଖେଳିଲେ ଜୁଆରୀ ହେବୁ

ଭିକ ମଗା ଭଳି ଚଳିବୁ ।


ବେଶ୍ୟାଶକ୍ତ ହେଲେ ଭାକୁଡ଼ା ହେବୁ

ଏଡ଼ସ ରୋଗରେ ମରିବୁ

ଏ କଥା ଗୁଡିକୁ ମନେରଖି ଧନ

ସଂସାର ଭିତରେ ଚଳିବୁ ।


ଏ ସବୁ ପଛରେ ଗୋଡେଇଲେ ଧନ

ଘୃଣାର ପାତ୍ର ହୋଇବୁ

ଯେତେଦିନ ଏଇ ସଂସାର ରେ ଥିବୁ

ହୀନିମାନ ହୋଇ ଚଳିବୁ ।


ତୋରି ପାଇଁ ତୋର ପିଲା ଛୁଆ

ନିନ୍ଦା ଅପବାଦ ଶୁଣିବେ

ସାରା ଜୀବନ ତୋରି ପାଇଁ

କାନ୍ଦି କାନ୍ଦି ଖାଲି ମରିବେ ।


ଧନ ସମ୍ପତି ସରିଯିବ ତୋର

ଦାଣ୍ଡର ଭିକାରୀ ହୋଇବୁ

ସ୍ତ୍ରୀ ପିଲା ଛୁଆ ସାଥିରେ ନେଇ

ହିଦିଗିଡି ହୋଇ ବୁଲିବୁ ।


ଏ ସବୁ ଠାରୁ ଦୂରରେ ରହିଲେ

ସୁନାର ସଂସାର କରିବୁ

ମଣିଷ ଭଳିଆ ମଣିଷ ହୋଇ

ମୁଣ୍ଡ ଟେକି ଟେକି ଚାଲିବୁ ।


Rate this content
Log in