ମୁଁଁ ତୁମର ଶିବ ତୁମେ ପାରବତି
ମୁଁଁ ତୁମର ଶିବ ତୁମେ ପାରବତି
1 min
160
ମୁଁ ତୁମର ଶିବ ତୁମେ ପାରବତି
ହୃଦୟ ମୋ କୈଳାସ
ବସା ବାନ୍ଧି ଥାଅ ସଦା ହୃଦୟରେ
ପିଆଇ ପ୍ରେମର ରସ
ବାଇକିଟା ମୋର ବୃଷଭ ସମାନ
ସେଥିରେ ଯିବା ଗୋ ବସି
ସାରା ତ୍ରିଭୁବନ ବୁଲେଇ ଆଣିବି
ଦେଇ ଯେ ସରଗ ଖୁସି
ଶିବଗଣ ହେବେ ସାଙ୍ଗ ସାଥୀ ଆମ
ଯିବେ ଯେ ବରଯାତ୍ରୀ
ଶିବ ପାରବତି ମହା ମିଳନରେ
ସୁଖରେ ପାହିବ ରାତ୍ରି
