ମୁନୀର ବିଳାପ
ମୁନୀର ବିଳାପ


କାନ୍ଦି କାନ୍ଦି ମୁନୀ ବାପା ପାଖେ କହେ କେମିତି ପଢିବ ପାଠ
କରୋନା ଭୂତାଣୁ କାୟା ବିସ୍ତାରୁଛି ଭୟେ ହୁଏ ଛଟପଟ ll 1
ସ୍କୁଲ ତାଲା ଅବା କରୋନା ସେଣ୍ଟର ପଢା ହେଉ ନାହିଁ ସେଠି
ଘରେ ବସି ବସି ମୋବାଇଲ ଧରି କେମିତି ପଢିବି ଏଠି ll 2
ଗୁରୁଜୀ ଗୁରୁମା କଥା ଶୁଭୁ ନାହିଁ ରହେନି ଇଣ୍ଟରନେଟ
ମୋବାଇଲ ଧରି ଅନ ଲାଇନରେ ପଢି ହେଉ ନାହିଁ ପାଠ ll 3
ସାଙ୍ଗ ସାଥି ମେଳେ ଖେଳୁ ନାହିଁ ଖେଳ ଘରେ ରହି ମୁଣ୍ଡ ବ୍ୟଥା
ମାଆ ତ ରୋଷେଇ କରେ ଦିନ ରାତି ହୁଏନି ମୋ ସାଥେ କଥା । 4
ପଡିଶା ଘରର ଦୁଆର କବାଟ ଖୋଲା ନାହିଁ କେତେବେଳେ
ଏକାପରି ଲାଗିଲା ଘରେ ଦିନ ରାତି ସଞ୍ଜ ହେଉ କି ସକାଳେ ll 5
ନିତି ମୋବାଇଲ ଦେଖି ଦେଖି ମୋର ଆଖିରେ ବଢଇ ଚାପ
କରୋନା ଭୂତାଣୁ ମହାମାରୀ ସାଜି ବିଶ୍ୱେ ଦିଏ ଅଭିଶାପ ll 6
ବଡ ହେଲେ ନିଶ୍ଚେ ଡାକ୍ତର ହୋଇବି କରୋନା କରିବି ଦୂର
କେତେ ନୂଆ ଟୀକା ତିଆର କରିବି ନ ହୋଇବ ରୋଗ ଜ୍ଜ୍ୱର ll 7