STORYMIRROR

Kalyani Hota

Others

3  

Kalyani Hota

Others

ମୁଁ

ମୁଁ

1 min
213

ମୁଁ ଅଗଣିତ ସ୍ପନ୍ଦନର ସମାହାର

ସୃଷ୍ଟିର ଜଣେ ବିବର୍ତ୍ତନବାଦୀ

ଇଶ୍ଵରକୃତ ଜୀବନ୍ୟାସରୁ

ପ୍ରତି ମୁହୂର୍ତ୍ତେ ନିଶ୍ଵାସ ପ୍ରଶ୍ଵାସ ଆତଜାତ

ରକ୍ତ ମାଂସ ହାଡ଼ ସହ ମନ

ଅହରହଃ ଖାଲି ଅତୃପ୍ତ ଆଶା

ତଥାପି ହାତମୁଠାରେ ନିଜ ସ୍ପନ୍ଦନକୁ ଧରି

ବାଟ କାଡି କାଡି ଚାଲିବାକୁ ହୁଏ

ମୁଁ ଅଗଣିତ ସ୍ପନ୍ଦନର ସମାହାର

ଦିଗନ୍ତ ବିସ୍ତାରୀ ସ୍ଵପ୍ନ ଓ ଆକାଂକ୍ଷା

ବିସ୍ତୃତ ସୀମାହୀନ ରାସ୍ତା

ଅମାନିଆ ସମୟ ଅବସର ଦିଏନି

ଅତୀତ ଓ ଭବିଷ୍ୟତକୁ ଚାହିଁବାକୁ

ଥକିଗଲେ ଅଟ୍ଟହାସ୍ୟ କରେ

ସେ ହିଁ ତ ବଳବାନ ଏଠି

ମୁଁ ଅଗଣିତ ସ୍ପନ୍ଦନର ସମାହାର

ଆହାର ନିଦ୍ରା ବିଳାସ ବ୍ୟସନ

ନା ଆଉ କିଛି ଏ ଜୀବନର ସଂଜ୍ଞା

ଅବିଶ୍ରାନ୍ତ ଜିଜ୍ଞାସି ମୁଁ

ଶାନ୍ତ ହେବକି ଏ ଉଦ୍ଵେଳିତ ପ୍ରଶ୍ନିଳ ଜୁଆର

କିଛି ଅଛି କି ଏ ମନର ଉପସମ 

ନା ସମୟ ଧକ୍କା ଦେଇଚାଲିଯିବ

ହାତଛାଡି ଏ ସ୍ପନ୍ଦନପୁଞ୍ଜାଙ୍କୁ

ମୁଁ ଅଗଣିତ ସ୍ପନ୍ଦନର ସମାହାର

ନିମିଷେ ଅନ୍ତ ଘଟିଯିବ

ସବୁ ମଧୁର ଓ ତିକ୍ତ ଅନୁଭବ

ମିଳାଇଯିବ ସବୁ ପ୍ରଶ୍ନ ଅଗ୍ନି ରେ

ହୁତୁହୁତୁ ହୋଇ ଜଳିବ ଶରୀର

ପଦ୍ମପତ୍ରରେ ଢଳଢଳ ହେଉଥିବା

ସ୍ପନ୍ଦନର ବା କେତେ ଆୟୁଷ 

ମୁଁ ଅଗଣିତ ସ୍ପନ୍ଦନର ସମାହାର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍