Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rupali priyadarshini Samantaray

Others

3  

Rupali priyadarshini Samantaray

Others

ମୁଁ ତ୍ରିରଙ୍ଗା କହୁଛି

ମୁଁ ତ୍ରିରଙ୍ଗା କହୁଛି

1 min
7


ରାତି ପାହିଗଲେ ସ୍ଵାଧୀନ ଦିବସ

ମୁଁ ଜାଣେ ତୁମ ମନ ଥିବ ।

କାଲି ଦିନ ପାଇଁ ମୋ ପ୍ରତି ତୁମ

ଦେଶ ପ୍ରେମ ବି ଜାଗ୍ରତ ହେବ ।।

ସ୍ୱାଧୀନ ସୁରୁଜ ଅସ୍ତ ହୋଇ ଗଲେ

ସବୁ ପ୍ରେମ ସରିଯିବ ।

ନାଳ ନର୍ଦମାରେ ରାସ୍ତାରେ ପକାଇ

ମୋତେ ପାଦେ ଦଳି ଦେବ।।

ପତାକା ନୁହେଁ ମୁଁ ଦେଢ଼ଶ ବର୍ଷ ର ସଂଘର୍ଷ

ତୁମ ଇତିହାସ କହୁଛି ।

ମୁଁ ତ୍ରିରଙ୍ଗା କହୁଛି ହେ ଭାରତୀୟ

ତୁମ ପାଇଁ ମୁଁ ଗର୍ବ କରୁଛି ।।୧।।

କାରଖାନାରେ ପୁଣି ପଲିଥିନ୍ ତତେଇ

ତିଆରି କରୁଛ ମୋତେ ।

ବଜାରରେ ବିକି ଜଣେଇ ଦେଉଛ

ମୋହରି ମୂଲ୍ୟ କେତେ ।।

କେତେ ଯେ ବୀର ସହିଦ୍ ହୋଇଛନ୍ତି

କେବଳ ମୋହରି ପାଇଁ ।

କେତେ ଆନ୍ଦୋଳନ କେତେ ଯେ ସଂଘର୍ଷ

ହୋଇ ଅଛି ମୋ ପାଇଁ ।।

ପତାକା ନୁହେଁ ମୁଁ ସେହି ବୀର ଙ୍କ ର

ରକ୍ତର କାହାଣୀ କହୁଛି ।

ମୁଁ ତ୍ରିରଙ୍ଗା କହୁଛି ହେ ଭାରତୀୟ

ତୁମ ପାଇଁ ମୁଁ ଗର୍ବ କରୁଛି ।।୨।।

ଯେଉଁ ଭାରତ ପୂଜୁଥିଲା ଯେ ନାରୀଙ୍କୁ

ଦେବୀଙ୍କର ସ୍ଥାନ ଦେଇ ।

ସେଇ ଭାରତୀୟ ବଳାତ୍କାର କରେ

ଆଜି ସମ୍ପର୍କ କୁ ଭୁଲି ଯାଇ ।।

ଯେଉଁ ଭାରତୀୟ ନାରୀ ପାଇଁ ପୁଣି

ରଚିଥିଲା ମହାଭାରତ ।

ହାତେ ମହମ ଧରି ନ୍ୟାୟ ମାଗୁଅଛି

ଆଜି ପୁଣି ସେହି ଭାରତ ।।

ନିର୍ଜୀବ କପଡା ଭାବିବନି ମୋତେ

ମୋ ମନ କଥା ମୁଁ କହୁଛି ।

ମୁଁ ତ୍ରିରଙ୍ଗା କହୁଛି ହେ ଭାରତୀୟ

ତୁମ ପାଇଁ ମୁଁ ଗର୍ବ କରୁଛି ।।୩।।

ମନ ମୋ ଝୁରୁଛି ସେ ବୀରଙ୍କୁ ଆଜି

ତାଙ୍କ ବିରତ୍ୱର ଗାଥା ।

ମୋ ସମ୍ମାନ ପାଇଁ ଖାଇଥିଲେ ଗୁଳି

ହେଲେ ନୁଆଇଁ ନଥିଲେ ମଥା ।।

ମନ୍ଦିର ମସଜିଦ ପାଇଁ କଳି କରୁଅଛ

ତୁମେ ନିଜ ଭାଇ ସହ ।

ପଣତେ ଲୁଚାଇ କାନ୍ଦୁଅଛି ମାଆ 

ଦେଖି କି ପାରୁନ ଲୁହ ।।

ସବୁ ଧର୍ମ ମଧ୍ୟେ ଭାରତ ଏକତା

ମୋ ଆଖିରେ ମୁଁ ଦେଖିଛି ।

ମୁଁ ତ୍ରିରଙ୍ଗା କହୁଛି ହେ ଭାରତୀୟ

ତୁମ ପାଇଁ ମୁଁ ଗର୍ବ କରୁଛି ।।୪।।

ତୁମ ପାଇଁ ମୁଁ ଗର୍ବ କରୁଛି।।


Rate this content
Log in