STORYMIRROR

Kulamani Sarangi

Others

3  

Kulamani Sarangi

Others

ମୁଁ ସମୟ ମହା ବଳବାନ

ମୁଁ ସମୟ ମହା ବଳବାନ

1 min
27.6K



ଇଚ୍ଛାର ଅଶ୍ୱଶକ୍ତିରେ

ସମୟକୁ ଅଟକାଇବାକୁ

ଚେଷ୍ଟାକରି ହେଲି ମୁଁ ନିରାଶ,

ଧରିବାକୁ ଚେଷ୍ଟାକଲି

ବସାଇ ମୁଁ ଫାଶ,

କହିଲା ସମୟ ମତେ କରି ଅଟ୍ଟହାସ,

" ପଢିନୁ କି ମୂର୍ଖ, ଇତିହାସ?


ଧରିପାରିଲାକି ମତେ ସିକନ୍ଦର,

ପାରିଲାକି ରୋମାନ୍ ସିଜର୍?

ଧରିପାରିଲାକି ମତେ

ଅଦମ୍ୟ ଇଚ୍ଛା ସମ୍ରାଟ

ନେପୋଲିୟନର?


ବାହୁରେ କ୍ଳିଓପାଟାରାର

ଅସୁମାରୀ ସ୍ୱପ୍ନର ଝଲକ

ହାତରେ ଜୁଲିଅସ୍ ର

ଫେନୀଳ ରୋମକ

ଚାହୁଁଥିଲା ସେ ସମ୍ରାଟ

ସମୟ ଯାଉ ଅଟକି,

ପାରିଲା କି ରଖି ?


ବଦଳାଇ ନିଜ ଭାଗ୍ୟରେଖା

ନିଜ ଅସିଧାରେ,

ଭୁଲୁଣ୍ଠିତ ଫରାସୀ ରାଜମୁକୁଟ

ସ୍ଥାପି ମସ୍ତକରେ,

ଚାହିଁଥିଲା ସିଏ ପରା

ସମୟକୁ ଧରିରଖିବାକୁ,

ଫିଙ୍ଗିଦେଲା କାଳ ଶେଷେ

ଏଲବା ଦ୍ୱୀପକୁ !


ଭାବିଥିଲା ଦିନେ

ବିଶ୍ଵଜୟୀ ସିକନ୍ଦର,

ସ୍ଥାପନା କରିବାପାଇଁ

ସାମ୍ରାଜ୍ୟ ବିଶ୍ଵର,

କାଳ ହସୁଥିଲା ତାର

ପଛେ ପଛେ ରହି,

ସାମ୍ରାଜ୍ୟ ତ ଦୂର,

ନେଇ ପାରିଲାକି ଶେଷେ

ନିଜ ଦେହ ଛାଇ !


ସମୟ ମୁଁ ମହା ବଳବାନ,

ମାରିବ ଆଖିମିଟିକା

ମୋତେ ଏକା ମୂର୍ଖ ଅର୍ବାଚିନ !

ଚଞ୍ଚଳ ନୁହେଁ ମୁଁ ଖାଲି

ଅଟଇ ଚଞ୍ଚକ,

ଲୁଚି ଛପି ଧୋକାଦିଏ,

ଅକସ୍ମାତ୍ ଝାମ୍ପିନିଏ,

ନାମ ମୋର କାଳବକ।


ଜାଣିଛି ମୁଁ

କାଲି ଥିଲୁ ମଦମତ୍ତ ତୁହି,

ସବୁଥିଲା ,ନାମ,ଧାମ ଧନ ରତ୍ନ

ତୋ ଭଣ୍ଡାରେ ପୂର୍ଣ୍ଣ ହୋଇ,

ଯାହାକୁ ନେଇ ତୁ ଗର୍ବ କରୁଥିଲୁ

ଆଜି ସେ ଭିକାରି,

ତୋ ମନର ଗନ୍ତାଘରୁ

ସ୍ନେହ ଶ୍ରଦ୍ଧା ହୋଇଅଛି ଚୋରି,

ଆକାଶରେ ଉଡୁଥିଲୁ

ପଡିଛୁ ତୁ ତଳେ,

ଅତୀତକୁ ଯାବୁଡି ଧରିବାପାଇଁ

ଚାହିଁଛୁ ବିକଳେ ?


ଜାଣିଲୁ ତ ପଡିବାଟା

କି ଯନ୍ତ୍ରଣାପୂର୍ଣ୍ଣ !

କେମିତି ରକ୍ତର ଧାର

ବହିଯାଏ କଲିଜାରୁ,

ଥମିଯାଏ ଛାତିର ସ୍ପନ୍ଦନ !

ଜୀବନଟା ସିନା ଅଭିନୟ,

ଆକାଶରୁ ପଡିବାଟା

ବାସ୍ତବତା ପରିଚୟ।


Rate this content
Log in