STORYMIRROR

Narendra Sahu

Others

2  

Narendra Sahu

Others

ମୁଁ ଶରତର କାଶତଣ୍ଡୀ

ମୁଁ ଶରତର କାଶତଣ୍ଡୀ

1 min
13.7K


ମୁଁ ଶରତର କାଶତଣ୍ଡୀ

***********************

ଧାରା ଶିରାବଣେ ସମ୍ଭାଳି ନିଜକୁ

କାଶତଣ୍ଡୀ ହସି କହେ।

ଧରଣୀ ରାଣୀକୁ ସଜାଇ ଦେବାକୁ

ମନ ତାର ସଦା ଚାହେଁ।।


ନଇର ପଠାଟି ଅତି ଆପଣାର

ହେଲେ ବି ଅସନା ସିଏ।

ଅସନାର ସେହି କାଦୁଅ ଜାଗାରେ

ନିଜକୁ ସଜାଇ ଥାଏ।।


ଶରତ ସମୀର ବଡ ମନୋହର

ପୁଲକ ଆଣଇ ମନେ।

କୃତଞତା ତାର ଧନ୍ଯହେ ଠାକୁର

ଭରୁଅଛ ଖୁସି ପ୍ରାଣେ।।


ମୋର ଖୁସି ଦେଖି ଭରେ ଜନ ଅାଖି

ସତେକି ସରଗ ପୁର।

ଆଜୀବନ ଯଦି ହୁଅନ୍ତା ଶରତ

ଦିଅନ୍ତି ଖୁସି ଅପାର।।


ନ ଦେଲେ ପଛେ ଯେ ଆଜୀବନ ଖୁସି

ଦୁଃଖ ମୋର କିଛି ନାହିଁ।

ବଞ୍ଚିଥିବି ମୁହିଁ ଯେତେ କାଳ ଯାଏଁ

ପର ସୁଖେ ଥିବି ରହି।।


ମୁହିଁ କାଶତଣ୍ଡୀ ଶରତରେ ମଣ୍ଡି

ବିସ୍ତାରେ କାୟା ମୋହର।

ସ୍ୱଳ୍ପ ଆୟୁ ମଧ୍ଯେ ଶରତର ସଞ୍ଜେ

ଅମାପ ଖୁସି ଜୁଆର।।


***ନରେନ୍ଦ୍ର ସାହୁ,ଡଭାର,ଗଂଜାମ***।


Rate this content
Log in