STORYMIRROR

ବଳରାମ ବାରିକ

Others

2  

ବଳରାମ ବାରିକ

Others

ମୁଁ ସେହି ଗାଁ ରେ ବଞ୍ଚିଛି

ମୁଁ ସେହି ଗାଁ ରେ ବଞ୍ଚିଛି

1 min
13.5K


ମୁଁ ସେହି ଗାଁରେ ବଞ୍ଚିଛି ଯେଉଁଠି ଗଦା-ଗଦା ଆଦର୍ଶ ଉପରେ ମଣିଷ ପଣିଆ ଲୁଚିଛି।

ଆମ୍ବ ତୋଟା ଉଜୁଡା ଯାଇ ପାଣି ପାଉଚୁ ଫାକ୍ଟରୀ ବସିଛି।

ଭାଗବତ ଟୁଙ୍ଗୀକୁ ଓପାଡ଼ି ଦେଇ ଯୁବ କ୍ଲବ ଘର ମୁଣ୍ଡ ଟେକିଛି।

ମୋ ଭାଉଜ ରୋଷେଇ ଶାଳରେ ପିଠା ନଗଢି ,ଚିକେନ ଚାଉମିନ ରାନ୍ଧିଛି।

ମୁଁ ସେହି ଗାଁରେ ବଞ୍ଚିଛି....

ପଞ୍ଚ ପରମେଶ୍ୱର ଆଉ ମୋ ଗ୍ରାମେ ନାହାନ୍ତି।

କଥା କଥାରେ ପୁଲିସ ପଶୁଛି।

ରଜ ଦୋଳି ଛିଣ୍ଡି ଯାଇଛି ।

କବାଡ଼ି ,କିତିକିତି, ବୋହୁ ଚୋରି ହଜି ଯାଇଛି।

ଗାଁ ପଡ଼ିଆରେ ଆଉ ଖେଳ ହେଉ ନାହିଁ।

ମୋବାଇଲ ଗେମ ଯେବେ ଠୁ ଆସିଛି।

ମୁଁ ସେହି ଗାଁରେ ବଞ୍ଚିଛି.....

ଚାଷ ବାସକୁ ବୁଡ଼େଇ ଦେଇ ,ଉଚ୍ଚ ଦରରେ ଶୀତଳ ଭଣ୍ଡାର ପରିବା ଖାଉଛି।

ଗୋବର ପାଣିରେ ମୋ ବୋଉ ,ଘର ଆଉ ଧୋଉନି ଡୋମେକ୍ସ ଫିନାଇଲ ବିଞ୍ଚୁଛି।

କୀର୍ତ୍ତନ ମଣ୍ଡଳୀ ବୁଡି ଗଲା ଦିନୁ ମୋ ଗାଁ ମନ୍ଦିରେ

ଡ଼ିଜେରେ ଭଜନ ବାଜୁଛି।

ତାକୁ କାଳିଆ ସାଆନ୍ତ ଶୁଣୁଛି।

ମୁଁ ସେହି ଗାଁରେ ବଞ୍ଚୁଛି।

✍ବଳରାମ ।


Rate this content
Log in