STORYMIRROR

Satyajit Swain

Others

3  

Satyajit Swain

Others

ମୁଁ ସ୍ୱାର୍ଥପର

ମୁଁ ସ୍ୱାର୍ଥପର

1 min
289



ତୁମେ ବିପଦଆପଦରେ ମୋ'ଆଡ଼େ ବଢ଼ାଇପାର

ସାହାଯ୍ୟରେ ଭରା ହାତ 

ନିଜର ଭାବି କରିପାର ଅନେକ କିଛି, 

ପ୍ରତି ବଦଳରେ ରଖିପାର କିଛି ଆଶା ||


ହେଲେ ମୁଁ' ତ' ରକ୍ତ, ମାଂସରେ ଗଢ଼ା ମଣିଷଟେ

ଦରକାର ବେଳେ ତୁମକୁ ନିଜର କରି, 

ପୁଣି ନିମିଷକେ ପର କରିଦେଇପାରେ  ||


ମୋ' ପାଖେ ନାହିଁ କୁକୁରପରି ମହାନ ହୃଦୟ 

ଅଚିରେ ସାଜିପାରେ ବିଶ୍ୱାସଘାତକ, 

ଆଉ ଆଖି ବୁଜି ଦେଇପାରେ ଧୋକା ||


ନିଜର ପ୍ରଭୁତ୍ୱ ଜାହିର କରିବାକୁ ହେଉଥିବା ଖେଳରେ  

ଆଜି ଯିଏ ଆପଣାର କାଲି ସିଏ ପର 

ନାହିଁ ମୋ' ପାଖରେ ସାହାଯ୍ୟର ମୂଲ୍ୟ, 

ମୁଁ' ଛଦ୍ମବେଶୀ, ମୁଁ' ସ୍ୱାର୍ଥପର.........


*ସତ୍ୟଜିତ ସ୍ୱାଇଁ*

*ଅଡ଼ଶପୁର, କଟକ*


Rate this content
Log in