ମୁଁ ପ୍ରଲୁବ୍ଧ ପ୍ରିୟାର ପଣତକାନିରେ
ମୁଁ ପ୍ରଲୁବ୍ଧ ପ୍ରିୟାର ପଣତକାନିରେ
1 min
309
ଚାପି ଲୁହ ଓ ଲହୁର ବ୍ୟଥା ହସରେ
ତୁମେ ଆସ ଚୋରା ସମୀରଣ ଶିଶିରେ
ତୁମରି କଥା ତୁମରି ସ୍ମୃତି
ଭରେ ନୂଆ ଜୀବନ ଏ ମନେ
ଏଇ ମଧୁର ଅଧର ଲଗନେ
ତୁମେ ଭାସି ଭାସି ଆସ ନୀଳ ଗଗନେ ।
କେତେ ଯେ ଆଶା କେତେ ଆକାଂକ୍ଷା
କେତେ ଯେ ସ୍ଵପ୍ନ କି ଅନୁଭୂତି
ଆସେ ନୂଆ ସମ୍ଭାବନା ମନେ ।
ଝରୁ ଶୁଭ ଆଶୀଷ ଫିଟୁ ଉଜୁଡ଼ା କେଶ
ଶିହରଣ, ସୀତ୍କାର ଓ କମ୍ପନେ ।
ଏବେ ଦିଅ ମେଲାଣି ଆଗୋ ହୃଦୟ ରାଣୀ
ଯିବି ମହା ସୀମା ଅଙ୍ଗନେ
ଏଇ ମଧୁର ଅଧର ଲଗନେ
ତୁମେ ଭାସି ହସି ଆସ ନୀଳ ସପନେ ।
