STORYMIRROR

Asutosh Patro

Others

0  

Asutosh Patro

Others

ମୁଁ ପଳାତକ

ମୁଁ ପଳାତକ

1 min
337


ପଳାତକମାନେ ଫେରିଆସନ୍ତି ପୁଣିଥରେ
ଈଶ୍ୱରହୀନ ଇଥରକୁ ଈଶ୍ୱର ସାଜି
ପତିତମାନେ ଫେରିଆସନ୍ତି ପବିତ୍ର ହୋଇ
ଅପଵିତ୍ରତାର ପ୍ରତ୍ୟୟ ଭିତରକୁ

ମୁଁ ପଳାତକଟିଏ
ମୋ ବର୍ତ୍ତମାନ ଠାରୁ
ମୁଁ ଜମା ସାଲିସ କରିପାରୁ ନାହିଁ
ତା ସହ
କାହିଁକି କେଜାଣି
ସେ ବି କେବେ ମୋତେ ବୁଝିପାରିନି

ଜୀବନ ଉପପାଦ୍ୟର ଧାଡ଼ିର ଗହଳିରେ
ବାଟବଣା ହୋଇଯିବାଟା ହଜମ ହେଉନି
ନୀଳ ଆକାଶକୁ ଘଡ଼ିଏ ଅନାଇ
କିଛିଗୋଟେ ଖୋଜିବାର ଉପକ୍ରମରେ
ଭୁଲିଯିବାକୁ ପଡେ
ବ୍ୟାଖ୍ୟା କରିବାର ଦାୟିତ୍ୱବୋଧ

ମୁଁ ତ ଆଉ ଈଶ୍ୱର ହୋଇପାରିବିନି
ନା ବଂଚିବାକୁ ଚାହେଁ ପତିତ ବୋଲାଇ
ମୁଁ ଯେମିତି ଅଛି, ଠିକ ଅଛି ବୋଲି
ମଧ୍ୟ ଭାବି ହେଉନି

ପଳାତକ ସାଜି ଯାଇଥାନ୍ତି କେଉଁଆଡ଼େ
ସବୁଆଡେ ତ ସେଇ ମାଳମାଳ
ଈଶ୍ୱର ସାଜିବାକୁ ପ୍ରସ୍ତୁତ
ପଳାତକମାନେ
ତାଙ୍କ ଭିତରେ ଜଣେ ହେବାକୁ
ବିବେକ ମନା କରେ

ବରଂ ଭଲ ହେବ
ରହିଯିବି ଏଇଠି ଏମିତି
ଈଶ୍ବରଙ୍କ ଅପେକ୍ଷାରେ
ଦେଖା ହୋଇଯିବ
କାଳ ଅକାଳରେ
ଏଠି, ସେଠି କୋଉଠି
ଶୁନ୍ୟତା ଓ ଖାଲିପଣର ଚୌହଦୀ ଭିତରେ
ପବିତ୍ର ପ୍ରତ୍ୟୟର ପ୍ରତ୍ୟୁଷରେ

***


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍