STORYMIRROR

SARATA KUMAR DAS

Others

2  

SARATA KUMAR DAS

Others

ମୁଁ ଫେସ୍ ବୁକ୍ ର କବି

ମୁଁ ଫେସ୍ ବୁକ୍ ର କବି

1 min
292



ମୁଁ ଫେସ୍ ବୁକ୍ ର କବି

ପ୍ରାଚୀ ଚକ୍ରବାଳେ ରବି

ଅନ୍ଧାର ଚୀରି

ଆଲୋକ ବୁଣିବି

ଝଲମଲ ହେବ ଛବି ।।


ଭାଙ୍ଗିଦେବି ଯେତେ

ଅନ୍ଧ ଅହମିକା

ଅସ୍ମିତାର ବକ୍ର ରୀତି

ବଡପଣ୍ଡାଙ୍କର

ବେଦମନ୍ତ୍ର ପାଠ

ଅସୂୟାର ରୁକ୍ଷ ଗତି ।।


ଲେଖନୀରେ ମୋର

ଶକ୍ତି ଅଫୁରନ୍ତ

ଶବ୍ଦରେ ତୋଳେ ମୁଁ ଘର

ଭାଷାରେ ଭରିଛି

ନଭଶ୍ଚୁମ୍ବୀ ଭାବ

ମଧୁ ଝରେ ଝର ଝର ।।


କିଏ କହେ ମୋତେ

ଅପାଂକ୍ତେୟ ପୁଣି

କିଏ କହେ ବୃନ୍ତଚ୍ୟୁତ

ଲଗାମ୍ ଲାଗେନା

ସଂଜମ ରହେନା

ଚକ୍ରବ୍ୟୁହ ସୁସଜ୍ଜିତ ।।


ଭାବରେ ବିହ୍ବଳ

ସଂକଳ୍ପେ ଅଟଳ

ଚାହିଁନି ପଛକୁ ଫେରି

ପ୍ରୀତି ପୁଲକରେ

ଦୃଶ୍ୟ ଅଦୃଶ୍ୟରେ

ସାଉଁଟେ ମୁଁ ସୁଖଶିରୀ ।।


ପ୍ରେମର ଝଲକ

ଖୋଜୁଥାଏ ନିତି

ଅସ୍ତଗାମୀ ଲାଲିମାରେ

ମୁକ୍ତିର ସନ୍ଦେଶ

ବାଣ୍ଟୁଥାଏ କେତେ

ଉଦିତ ଭାସ୍କର କରେ ।।


ମମତାର ସୁରେ

ଗାଏ ମୁଁ ସଂଗୀତ

ଭାତୃତ୍ବ ମୂର୍ଚ୍ଛନା ତାଳେ

ମୁକୁଳିତ କଢି

ବାସ୍ନା ଭୁରୁଭୁରୁ

ସଂଧ୍ୟାର ପ୍ରଦୀପ ଜାଳେ ।।


ତାରା ଖୋଜୁଥାଏ

ରାତିକୁ ଯେମିତି

ପକ୍ଷୀ ଖୋଜୁଥାଏ ନୀଡ

ଖୋଜୁଥାଏ ମୁଁ' ଯେ'

ସାଗରରୁ ମୁକ୍ତା

ଲଂଘେ ମୁଁ ବନ୍ଧନ ବାଡ ।।


ପ୍ରଣାମ କରେ ମୁଁ

କାବ୍ୟ ସାରଥିଙ୍କୁ

ସୃଜନର ଯାଦୁକର

ନବ୍ୟ ମହକର

ଭବ୍ୟ ଆଲୋକରେ

ଝରେ କବିତାର ଧାର ।।

ମୁଁ ଫେସ୍ ବୁକ୍ ର କବି

ସମାଜର ପ୍ରତିଛବି

ପ୍ରଗତିର ପଥ ଚାହିଁ

ସୃଷ୍ଟିସୁଧା ମୋର

ଝରେ ନିରନ୍ତର

ସଂଜିବନୀ ମନ୍ତ୍ର ହୋଇ ।।


କାଳଜୟୀ ମୋର

ଭାବର ସମ୍ଭାର

ଅନଳ ଗର୍ଭରୁ ଜାତ

ମାନପତ୍ରଟିଏ

ମାନଦଣ୍ଡ ନୁହେଁ

ସ୍ବୀକୃତିର ପାରିଜାତ ।।


ବିପ୍ଳବର ସ୍ବର

ଦାନା ବାନ୍ଧିଲାଣି

ଶୁଭିଲାଣି ଗୁଂଜରଣ

ଚୁରମାର ହେବ

ବିଭେଦ ପ୍ରାଚୀର

ଲିଭିଯିବ ବାଧା ବିଘ୍ନ ।।


ଶରତ କୁମାର ଦାସ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍