STORYMIRROR

Arendra Kumar

Others

3  

Arendra Kumar

Others

ମୁଁ ପାପୀ ଭକତ

ମୁଁ ପାପୀ ଭକତ

1 min
185


ଜାଗରେ ମନ୍ଦିର ଯାଇନାହିଁ ପ୍ରଭୁ

             ଜାଳିନାହିଁ ମହାଦୀପ

ଭକ୍ତି ଭାବ ମୋର ହୃଦରେ ଆସୁନି

             ଜାଣିନାହିଁ ଜପ ତପ ।


ଭକତି ନାହିଁ ମୋ ହୃଦୟରେ ଖାଲି

             ପାପର ମଇଳା ଜମା

ଆହେ ଆଶୁତୋଷ ନଧରି ମୋ ଦୋଷ

             କରିଦେବ ମୋତେ କ୍ଷମା ।


କରୁଛି ଗୁହାରି ହେ ଡମ୍ବରୁଧାରୀ

             ଦିଅ ମୋତେ ବୁଦ୍ଧି ଜ୍ଞାନ

ସକାଳେ ସଞ୍ଜରେ ହୃଦୟ ମନ୍ଦିରେ

             ଜପୁଥିବି ପଞ୍ଚାନନ ।


Rate this content
Log in