STORYMIRROR

Ramesh takri

Others

4  

Ramesh takri

Others

ମୁଁ ଓଡ଼ିଆ

ମୁଁ ଓଡ଼ିଆ

1 min
214

ମୋ ରାଇଜ ନାମ  ଓଡ଼ିଶା ଅଟଇ

  ଭାଷା ମୋହର ଓଡ଼ିଆ

ସବୁଠୁ ସୁନ୍ଦର. ରାଇଜ ମୋହର

  ଓଡ଼ିଆ ଭାଷା ବଢ଼ିଆ ।୧।


ମାତୃଭାଷା ମୋର. ଓଡ଼ିଆ ଭାଷା

   ସବୁଠାରୁ ପ୍ରିୟ ଭାଷା

ସରଳ ସୁନ୍ଦର  ମଧୁର ଭାଷା ମୋ

  ଯୋଗାଏ କେତେ ଭରସା ।୨।


ଲେଖିଲି,ପଢ଼ିଲି  ଓଡ଼ିଆ ଭାଷାରେ

  କେତେ ବିଷୟ ଜାଣିଲି

ମୁଁ ଓଡ଼ିଆ କହି  ପରିଚୟ ଦେଇ

  ଛୋଟରୁ ବଡ଼ ହୋଇଲି ।୩।


ଓଡ଼ିଆ ଭାଷା ମୁଁ  ଶିଖିଗଲା ପରେ

   ଅନେକ ଭାଷା ଶିଖିଲି

ଦେଶ ବିଦେଶକୁ  ଭ୍ରମଣ ସମୟେ

  ହିନ୍ଦୀ, ଇଂରାଜୀ କହିଲି ।୪।


ମୁଁ ଓଡ଼ିଆ ହୋଇ. ଓଡ଼ିଆ ଭାଷାକୁ

  ସମ୍ମାନ ଦେଇ ଆସିଛି

 କବିତା,ପ୍ରବନ୍ଧ  ଗଳପ ଲେଖିବା

  ଅଭ୍ୟାସ ଜାରି ରଖିଛି ।୫।


ମୋ ଓଡ଼ିଆ ଭାଷା  ରାଷ୍ଟ୍ରଭାଷା ଯଦି

  ନ ହୋଇ ପାରିଲେ ନାହିଁ

ଗର୍ବ ଗଉରବ. ଅନୁଭବ କରେ

  ଓଡ଼ିଆ ଭାଷାକୁ ନେଇ ।୬।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍