ମୁଁ ନୁହେଁ ଫେରିବାର
ମୁଁ ନୁହେଁ ଫେରିବାର
1 min
171
ଏ କେମିତିକା ଯୁଦ୍ଧ କେଜାଣି
ଅଜାଣତରେ ହେଉ
ଅବା ଜାଣତରେ
ଦୁଇ ଗୋଷ୍ଠି ମଧ୍ୟରେ
ରକ୍ତାକ୍ତ ସଂଘର୍ଷ
ବିପ୍ଲବାତ୍ମକ ମନୋଭାବରେ
ସଭିଏଁ ଶତୃ
ନା ମୁଁ,
ନା ସେ,
ନା ସେମାନେ
ସଭିଏଁ ତ ଶତୃ
ସଭିଙ୍କ ଭିନ୍ନଭିନ୍ନ ରଣ ହୁଙ୍କାର
ସଭିଙ୍କ ନୂତନ ଦିଗନ୍ତ ଆପଣାଇବାର ମୋହ
କିନ୍ତୁ ଯାହା ହେଉ
ମୁଁ ଜମା ପଛକୁ ଫେରିବାର ନୁହଁ
ବିନ୍ଦୁଏ ପ୍ରତିହିଂସା ଓ
ବିଶାଳ ଦୀର୍ଘଶ୍ଵାସକୁ ପାଥେୟ କରି
ଆଜି ମୁଁ ପଥର ପ୍ରତିହିଂସାର ନିଆଁରେ ......!!
