STORYMIRROR

Pranati Mahapatra

Others

4  

Pranati Mahapatra

Others

ମୁଁ ମହୀୟସୀ ପୁଣି କାଳଭୈରବୀ

ମୁଁ ମହୀୟସୀ ପୁଣି କାଳଭୈରବୀ

1 min
324



ମୁଁ ନାରୀ,

 ଦୁହିତା ,ଜନନୀ ଭଗିନୀ ଜାୟା

କେତେ ରୂପ ନେଇ ଆସିଛି ଧରାକୁ

ଏକମାତ୍ର ଏହି କାୟା।

ସେନେହ ମମତା ଅଜାଡି ଦିଅଇ

ଜନନୀ ରୁପେ ସନ୍ତାନେ,

ନିଜ ଶରୀରରୁ ଅମୃତଧାରା

ନିଃସ୍ଵାର୍ଥେ କରେ ଦାନେ।

ସତ୍ୟପଥର ପଥିକ ପାଇଁ ଦିଏ

କେତେ ଜ୍ଞାନ ଦାନ,

ମା,ମାତୃଭାଷା, ମାତୃଭୂମି ପାଇଁ

ଗଢେ କରି ଯେ ମହାନ।

ବଡ଼ମଣିଷର ଆଶା ତ ରଖେନି 

ଭଲ ମଣିଷଟେ ପାଇଁ,

ନିଜ ଳହୁଦେଇ ସୁରକ୍ଷା ଯୋଗାଏ

ସୁପୁରୁଷ ଯାଉ ହୋଇ।

ସେ ସନ୍ତାନ ବଡ଼ହୋଇ ଯଦି

ଦୁଷ୍କର୍ମ ରେ ହୋଇ ଲିପ୍ତ,

ମାତୃ,କନ୍ୟା, ଭଗ୍ନୀ କିଛି ନ ମାନିଲେ

କାଳଭୈରବୀ ସାଜେତ।

ପଣତ ଯା ପାଇଁ ଶ୍ରୀମନ୍ଦିର ନେତ

ସେ ନେତ ଉଡାଇ ଦିଏ,

ଦୁର୍ଗା କାଳୀ,ରଣଚଣ୍ଡୀ ପାଲଟେ

ଉଚିତ୍ ଶିକ୍ଷା ବି ଦିଏ।

ନାରୀ ନୁହେଁ କେବେ ଅବଳା ଦୁର୍ବଳା

ନୁହେଁ କା ପାଦ ପାଣ୍ଡୋଇ,

ଘରକୋଣେ ଲୁଚି ଅତ୍ୟାଚାର ସବୁ 

ମୁଣ୍ଡପୋତି ଯିବ ସହି।

ଆଗ କଥା ସବୁ ବାଘ ଖାଇଲାଣି

ନାରୀ ନୁହେଁ କା ସମ୍ପତ୍ତି,

ହକ୍ କେବେ ଆଉ ସଳଖେ ମିଳେନି

ଛଡାଇ ଆଣିବା ଝଟତି।

ନାରୀର ସୁରକ୍ଷା ନାରୀର ମର୍ଯ୍ୟାଦା

ସଦା ଦେଉଥାଏ ଯେଉଁ ନର,

ଏମର୍ତ୍ତ୍ୟ ମଣ୍ଡଳେ ଶ୍ରେଷ୍ଠ ସୁପୁରୁଷ ସେ

ମହାନ ଅଟେ ଏ ଗୀର।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍