STORYMIRROR

subrat kumar jena

Others

3  

subrat kumar jena

Others

ମୁଁ ଲେଖୁଛି ସେଇ ଦିନୁ

ମୁଁ ଲେଖୁଛି ସେଇ ଦିନୁ

1 min
441



ମୁଁ ଲେଖୁଛି ସେଇ ଦିନୁ
ଯେଉଁ ଦିନୁ ତୁମେ ସାଜିଲ !
ଆଉ କାହାର ଅଭିସାରିକା.
ତୁମ ସୀମାନ୍ତରେ ଟଣା ହେଲା,
ଆଉ କାହା ନାଁରେ ସିନ୍ଦୂର.
ତୁମ ହାତରେ ଶୋଭା ପାଇଲା,
ଭଳି କି ଭଳି ଚୁଡି ଆଉ କାହା ପାଇଁ.
ତୁମେ ନେଇଥିଲ ବିଦାୟ ,
ମୋ ମନ ମନ୍ଦିରରୁ କ୍ଷମା ପାର୍ଥି ହୋଇ.
ଫେରେଇ ଦେଇଥିଲ ,
ମୋ ପ୍ରଥମ ପ୍ରେମର ପ୍ରଥମ ସନ୍ତକକୁ.
ଆଉ ମଗିନେଇଥିଲ ବିଦାୟ,
ସବୁଦିନ ଲାଗି ମୋ ହ୍ରୁଦୟର ଅତିଥିଶାଳାରୁ.
ସେଇ ରାତ୍ରି ଯେ କେତେ ଯନ୍ତ୍ରଣା ଦାୟକ୍,
ସେ କଥା ମୁଁ ଆଜି ଯାଏ ପାରିନି ଭୁଲି.
ବାସ୍ ମୁଁ ଆଉ ମୋ ନିରବତା,
ଲେଉଟାଇ ଚାଲିଥିଲା ତୁମରି ସ୍ମୃତି ର ଫର୍ଦ୍ଦ.
ବାସ୍ ତା ପରଠୁ ମୁଁ ଲେଖି ଚାଲିଛି,
ତୁମ ଆଉ ମୋ କଥା ଭିନ୍ନ ଭାଷାରେ ,
ଭିନ୍ନ ଭାବରେ ରାତି ରାତି ଉଜାଗର ହୋଇ.
ସୃଷ୍ଟି ହୋଇଥିବା" କ୍ଷତ "ଟି ଆଜିବି ସଜ ହୋଇ ଅଛି,
ମୋତେ ପ୍ରେରଣା ଦେଇ ଚାଲିଛି ,
ଲେଖିବାକୁ ଆହୁରି ଅଧିକ ଅଧିକ.
ମୁଁ ବି ଆମ ପ୍ରେମ ପାଇଁ ଅଙ୍ଗିକାର ବଦ୍ଧ
ଆହୁରି ଅନେକ ଲେଖିବା ପାଇଁ.....
ସୁବ୍ରତ ଜେନା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍