STORYMIRROR

jagabandhu sahu

Others

4  

jagabandhu sahu

Others

ମୁଁ କରୋନା ଭାଇରସ୍

ମୁଁ କରୋନା ଭାଇରସ୍

1 min
216

ଚାଇନା ଦେଶରୁ ଉତ୍ପତ୍ତି ମୋହର

  କରୋନା ଅଟେ ମୋ ନାମ

ନୂଆଁ ରୂପ ନେଇ ଆସିଛି ମହୀକୁ

    ସାଜି ମୁହିଁ କାଳଯମ


ଅନ୍ୟାୟ ଅନିତୀ ଦୁର୍ନିତୀରେ ଯେବେ

   ଭରିଗଲା ଏଇ ମହୀ

ଧରିତ୍ରୀ ମାଆର ଦୁଃଖକୁ ନ ସହି

    ଆସିଅଛି କାଳ ହୋଇ


କାକୁତି ବିନତୀ ଶୁଣିବିନି କାହାରି

 କୁହ ଯେତେ ନେହୁରା ହୋଇ

ଧରିତ୍ରୀ ମାଆ କୋଳେ ପାପୀ ସଙ୍ଘାରିଣ

    ଧର୍ମକୁ ଯିବି ମୁଁ ଥୋଇ


ମୋ କବଳୁ ଯଦି ବଞ୍ଚିବାକୁ ଇଚ୍ଛା

   କୁକର୍ମକୁ ଛାଡି ଦେଇ

ସତ୍ କର୍ମ ସତ୍ ପଥେ ଚାଲ ସର୍ବ ଜନ

    କହିଲି ଯାହା ବୁଝାଇ


Rate this content
Log in