STORYMIRROR

jagabandhu sahu

Others

4  

jagabandhu sahu

Others

ମୁଁ କରୋନା ଭାଇରସ୍

ମୁଁ କରୋନା ଭାଇରସ୍

1 min
183

ଚାଇନା ଦେଶରୁ ଉତ୍ପତ୍ତି ମୋହର

  କରୋନା ଅଟେ ମୋ ନାମ

ନୂଆଁ ରୂପ ନେଇ ଆସିଛି ମହୀକୁ

    ସାଜି ମୁହିଁ କାଳଯମ।


ଅନ୍ଯାୟ ଅନିତୀ ଦୁର୍ନିତୀରେ ଯେବେ

   ଭରିଗଲା ଏଇ ମହୀ

ଧରିତ୍ରୀ ମାଆର ଦୁଃଖକୁ ନ ସହି

    ଆସିଅଛି କାଳ ହୋଇ।


କାକୃତି ବିନତୀ ଶୁଣିବିନି କାହାରି

 କୁହ ଯେତେ ନେହୁରା ହୋଇ

ଧରିତ୍ରୀ ମାଆ କୋଳେ ପାପି ସଙ୍ଘାରିଣ

    ଧର୍ମକୁ ଯିବି ମୁଁ ଥୋଇ।


ମୋ କବଳୁ ଯଦି ବଞ୍ଚିବାକୁ ଇଛା

   କୁକର୍ମକୁ ଛାଡି ଦେଇ

ସତ୍ କର୍ମ ସତ୍ ପଥେ ଚାଲ ସର୍ବ ଜନ

    କହିଲି ଯାହା ବୁଝାଇ ।



Rate this content
Log in