STORYMIRROR

Jagannath Barik

Others

3  

Jagannath Barik

Others

ମୁଁ କିଏ

ମୁଁ କିଏ

1 min
304

ମୁଁ ତ ଅବିନାଶୀ ଆତ୍ମା ବ୍ରହ୍ମ ଅଂଶୀ

   ପରମାତ୍ମା ମୋର ତାତ

ଆମେ ବେନି ପକ୍ଷୀ ଏକ ବୃକ୍ଷବାସୀ

   ଜଣେ କର୍ତ୍ତା ଭୋକ୍ତା ମାତ୍ର ||


ଆନ ସାକ୍ଷୀ ଦ୍ରଷ୍ଟା ନୀରବ ନିଅଣ୍ଠା

   ସଦା ରହେ ଉପବାସ

ଏକ ବୃକ୍ଷ ଫଳ ଭୁଞ୍ଜଇ ସକଳ

   ଭୋଗ କରେ ଦୁଃଖ ପ୍ରାସ |


ସମାନ ସମାନ ଶକତି ବହନ୍ତି

   ହୁଅନ୍ତି ନାହିଁ ସାକ୍ଷାତ

ଯେବେ ବେନି ପକ୍ଷୀ ଭେଟ ହୋଇଯିବେ

  ସରିବ ସଂସାର ନାଟ |


ଏ ଦେହରେ ସ୍ଥିତ ଜୀବତ୍ମା ଜଡ଼ିତ

  ପ୍ରକୃତି ଇନ୍ଦ୍ରିୟ ସହ

ମନ ରାଜା ହୋଇ ବିହାର କରଇ

  ବିଷୟାରେ ରଖି ମୋହ |


ଚୈତନ୍ୟ ସ୍ୱରୂପ ଚିତ୍ତ ଵ୍ୟଵସ୍ଥିତ

  ବିବେକ ନାମ ବୋଲାଇ

ତା ବାରଣ ସତ୍ତ୍ୱେ ଅହଂକାର ସାଥେ

  ମନ ଅବାଟେ ଭ୍ରମଇ |


ସକଳ ବାସନା ଫଳ ସମ୍ଭାବନା

  ଭୋଗ କରେ ଜୀବାତ୍ମାହିଁ

ପରମାତ୍ମା ପଦେ ଲୟ ଲଗାଇଲେ

  ନିର୍ବାଣ ମୁକତି ପାଇ |


ମୁଁ ହିଁ ତ ଅଟେ ବ୍ରହ୍ମ ସତ୍ୟ ସନାତନ

  ସୋହଂ ତତ୍ତ୍ୱମସୀ ସୂତ୍ର

ନିଜକୁ ଚିହ୍ନିଲେ ବ୍ରହ୍ମାଣ୍ଡ ଦର୍ଶନ

  ଜୀବହିଁ ଅମୃତ ପୁତ୍ର ||



Rate this content
Log in