STORYMIRROR

srikant behera

Others

3  

srikant behera

Others

ମୁଁ କବିତା

ମୁଁ କବିତା

1 min
208


କବିତାଟି ମୁହିଁ  ସେନେହ ଢାଳଇ 

   ଛୋଟ ମୋର ଲେଖନୀରୁ 

ପଢୁଥାଏ ଯିଏ  ଅଶ୍ରୁ ଢାଳେ ସିଏ 

   ଦେଖି ପ୍ରତିଟି ଧାଡ଼ିରୁ ||1


ଶରଧାରେ ପୂର୍ଣ୍ଣ  ଭାଷାରେ ଅଭିର୍ଣ୍ଣ 

    ଭରିଥାଏ ମୋ ପଦରେ 

ମାଆର ଚାପୁଡ଼ା  ପୁରୀର ଅବଢ଼ା 

    ରହିଥାଏ ମୋ ଶବ୍ଦରେ ||2


ଉଠିଲେ ସଖାଳୁ  ଜେଜେଙ୍କ ଥଳିରୁ 

    ବାହାରି ପଦାକୁ ଆସେ

ଜେଜେ ନାତି ମିଶି ମିଠା ମିଠା ହସି 

    କବିତା ଆସର ବସେ ||3


କବିତା ହୋଇ ମୁଁ  ଦେଖେ ଜହ୍ନ ମାମୁଁ 

    ପୁନେଇଁ ରାତି କୋଳରେ 

କେବେ ଝାଉଁ ବଣ ଅରଣ୍ୟ ରୋଦନ 

    କେବେ ଘାସ ଗାଲିଚାରେ ||4



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍