STORYMIRROR

Satyabati Swain

Others

4  

Satyabati Swain

Others

ମୁଁ କାର୍ତ୍ତିକ ପୂର୍ଣ୍ଣିମା

ମୁଁ କାର୍ତ୍ତିକ ପୂର୍ଣ୍ଣିମା

1 min
264


ମୁଁ କାର୍ତ୍ତିକ ପୂର୍ଣ୍ଣିମା

ଗୋଟେ କିମ୍ବଦନ୍ତୀ

ପରମ୍ପରା

ସଂକେତ

ସଂସ୍କୃତି

ପ୍ରାଚୀନ ଉତ୍କଳୀୟ ନୌବାଣିଜ୍ୟ

ଏକ ମହାନ ଜାତିର ଅତୀତ

ଧର୍ମୀୟ ଚିନ୍ତା ଚେତନା

ସାମାଜିକତା ପୃଷ୍ଠଭୂମିରେ

ଜାଗୁରିତ ମହା ଭାବନାର

'ଆକାଶ ଦୀପ '

କୁଆଁରୀ ଭକ୍ତି ଭାବନାର

ବାଲୁକା ପୂଜା

ମହା ପଞ୍ଚକ ଶେଷ ଦିନ

କଦଳୀ ପଟୁକା ଡଙ୍ଗାର

ମହାର୍ଘ୍ୟ ମୁହୂର୍ତ୍ତ।


ମୁଁ ସାତ ସାଧବ ସ୍ୱପ୍ନ ସମ୍ଭାବନା

'ବୋଇତ'

ମୋ ସହ ନିହିତ

ମୁଠେ ଭରସା

ଟିକିଏ ବିଶ୍ୱାସ

ଆଷାଢ଼ କାର୍ତ୍ତିକ

ମା ଭୈରବୀ

'ଆ କା ମା ବୈ'

ପାନ ଗୁଆ ଖାଇ

ଗୀତ ମହତ୍ୱ।


କାର୍ତ୍ତିକ ମାସ

ଗୋଟେ ଧାର୍ମିକ

ପ୍ରଥାର ହୃତପିଣ୍ଡ

କାକର ସକାଳ

କୁହୁଡି ଚଦର ଘେରା ରାସ୍ତଘାଟ

ରାସ ଲୀଳାରେ

କୃଷ୍ଣ,ବୃନ୍ଦା,ରାଇଙ୍କ

ଅପ୍ରାକୃତ ପ୍ରେମର

ସାମସଙ୍ଗୀତ।।


ଠାକୁର ମଣ୍ଡପରେ

ରାଧାକୃଷ୍ଣଙ୍କ ମାନବୀୟ

ଦେହାତୀତ ପ୍ରେମର

ଚାଲିଛି ରାସ

ସୁମଧୁର ଗାନ

ମନ୍ଦିର ପଛପଟେ ଚାଲିଛି

ରାସ ଲୀଳା ଗଣ ଦୁଷ୍କର୍ମ

ଦହି ଖେଳ ସକାଳୁ

ମିଳିଲା ଗୋଟିଏ ନାବାଳିକା ଝିଅର

ଖିନ୍ନ ଭିନ୍ନ ଶରୀର

ରାସଲୀଳାରେ ଭାସିଗଲା

 ଏକ ସଦ୍ୟ ପ୍ରସ୍ଫୁଟିତ କଢ଼ିର

ଜୀବନ ଡ଼ଙ୍ଗା ଆଜୀବନ।।


ମୁଁ ସମୟ,ସଂସ୍କୃତି

କେମିତି ହେଉଛି ବିକୃତ

ରାସ ରାଧାକୃଷ୍ଣ

ବୋଇତ

ସାଧବ ପୁଅ

ମା ମଙ୍ଗଳା

ଜଳଦସ୍ୟୁ

ବୋମ୍ବାଟିଆ ଝଡର

ମହାନ ଅତୀତ

ହେବାକୁ ଯାଉଛି ସ୍ମୃତି

ହୁଏତ କିଛି ଦିନେ ହୋଇଯିବି

ପୁରା ଡାୟୋନୋସର।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍