STORYMIRROR

Ghanashyam Biswal

Others

4  

Ghanashyam Biswal

Others

ମୁଁ 'କାର

ମୁଁ 'କାର

1 min
200

ଦୁନିଆ ଯାକର କୁଅଭ୍ୟାସ ଯେତେ

ବେଭାର କରନ୍ତି ଜନ

ସବୁଠାରୁ ବଳି ମୁଁ 'କାର ଅଟଇ

ନରକ ସମାନ ଜାଣ l


ଦାନ କରି ଯଦି ଗରବେ କହିବ

ମୁଁ ଅଟେ ଯେ ମହାଦାନୀ

ଜାଣିବ ସୁଜନେ ମହତ ହାରିବ

ପାପୀ ହେବ ଜାଣିଶୁଣି l


ଜୀବନରେ ଯଦି ସୁଯୋଗ ପାଇଣ

ଉପକାର କାହା କଲ

ସଭିଙ୍କ ନିକଟେ ବଖାଣି କହିଲେ

ମିଳେ ନାହିଁ ଶୁଭଫଳ l


ଗରୀବର ଦୁଃଖେ ଦୁଃଖୀ ହୋଇଯଦି

ମୁଠେ ଖାଇବାକୁ ଦେଲ

ସଭିଙ୍କ ପାଖରେ ଦେଖେଇ ହୋଇଲେ

ମିଳେନାହିଁ ଯେ ସୁଫଳ l


Rate this content
Log in