STORYMIRROR

Debaki Behera

Others

3  

Debaki Behera

Others

ମୁଁ କ'ଣ ଏପରି ଗୋଟେ ଝିଅ

ମୁଁ କ'ଣ ଏପରି ଗୋଟେ ଝିଅ

1 min
19

ମୁଁ କ'ଣ ଏପରି ଗୋଟେ ଝିଅ

ନା ମୋର ଇଚ୍ଛା ଅଛି 

ନା ମୋର ସଦିଚ୍ଛା ଅଛି

ଖାଲି ବଞ୍ଚିଛି ଆଉ ବଞ୍ଚିଛି।

ମୁଁ କ'ଣ ଏପରି ଗୋଟେ ଝିଅ

ନା ମୋର ଖୁସି ଅଛି

ନା ମୋର ଦୁଃଖ ଅଛି

ଖାଲି ଜୀବନ ବିତୁଛି।

ମୁଁ କ'ଣ ଏପରି ଗୋଟେ ଝିଅ

ନା ମୁଁ କାହାକୁ ଖୁସି ଦେଉଛି

ନା କିଏ ମୋ ପାଇଁ ଖୁସି ପାଉଛି।

ଖାଲି ଚେଷ୍ଟା କରି ଚାଲିଛି।

ମୁଁ କ'ଣ ଏପରି ଗୋଟେ ଝିଅ

ନା ବଧୂଟିଏ ହୋଇପାରିଛି

ନା ବାନ୍ଧବୀଟିଏ ହେଇଛି।

ଖାଲି ସମ୍ପର୍କ ଡୋରି କଷି ଧରିଛି।

ମୁଁ କ'ଣ ଏପରି ଗୋଟେ ଝିଅ

ନା ଫୁଲ ଭଳି ସତେଜ ରହିଛି

ନା ଫୁଲ ଭଳି ମଉଳୁଛି।

ଖାଲି କୁସୁମଟିଏ ହୋଇ ଫୁଟିଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍