ମୁଁ ହୋଇ ରହେ
ମୁଁ ହୋଇ ରହେ
1 min
169
ପ୍ରତାପ ନାୟକ
7008054282
କାହିଁକି ଏପରି ହୁଏ
ଦିନ ସରେ ମାସ ସରେ
ଚୋରା ପିରତୀ ପରି ସମୟ ବି ସରେ
ଘୁରେ ଚକ୍ରବାକ
ଘୁରେ ପୁଣି ପାଣିରେ ଭଉଁରି
ନିଗିଡା କିଆରି ପରି ସମ୍ପର୍କ ବି ନିଗିଡେ
ସେହି ତୁମ ସମୟ ନଇରେ
ଉଲକା୍ ର ତିର୍ଯ୍ୟକ ସ୍ପର୍ଶ
ଚକମକି ଜୋତିସ୍କ ସ୍ଫୁଲିଂଗ
ମିଳାଏ ଆକାଶ ଛାତିରେ
ଯେପରି
ମିଠା ଜାମୁକୋଳି ପରି
ଦାନ୍ତର କେଉଁ ନିଭୃତ କୋଣରେ
ଉଷୁମ୍ ଜିଭର କଡ ଲେଉଟାରେ
ସମୟଟା ଦୋଳି ଖେଳେ
ତରାଟି ଚାହେଁ ଆଖି
ଯେମିତି ଲହକା ଡାଳରେ ମାଂକଡ....
ସରସର ଅଂକାବଂକା ସାପୁଆ ପିଠିରେ
ଗଳେ ବାଡମୂଳେ ବୁଦାତଳେ
ସମୟ ଗଳିଯାଏ ଆପଣା ବାଟରେ
ତମେ ତମେ ହେଇ ରୁହ
ମୁଁ ମୁଁ ହୋଇ
ହଁ ତମେ ତମେ ହେଇ ରୁହ
ମୁଁ ମୁଁ ହୋଇ ରହେ
