STORYMIRROR

Sadananda Pratihari

Others

3  

Sadananda Pratihari

Others

ମୁଁ ହିନ୍ଦୁ ନାରୀ

ମୁଁ ହିନ୍ଦୁ ନାରୀ

1 min
13.7K



ହିନ୍ଦୁ ନାରୀ ମୋର ଧର୍ମ ପତିବ୍ରତା

ସୀମନ୍ତେ ସିନ୍ଦୂର ଗାର

ହସ୍ତେ ନାଲି ଶଙ୍ଖା ପାଦରେ ଅଳତା

ବାହୁରେ ବ୍ରତର ଡୋର ॥

କର୍ଣ୍ଣେ ପେଣ୍ଡିଫୁଲ ପାଦରେ ପାଉଁଜି

ଅଙ୍ଗୁଳୀରେ ପିନ୍ଧେ ମୁଦି

ଗଳେ ଶୋଭାପାଏ ମଙ୍ଗଳସୂତ୍ରଟି

ଏଇତ ଆମର ବିଧି ॥

ଆହୁରି ରହିଛି ନାନା ଆଭୂଷଣ

ପରିଧାନେ ପ୍ରିୟ ଶାଢୀ

ମେଳା ମଉଛବେ ପାଟପିତାମ୍ବରୀ

ଦାମ୍ ଗଲେ ମଧ୍ୟ ବଢି ॥

ବାରମାସେ ମୋର ତେର ଓଷାବ୍ରତ

ପୂଜେ ମୁଁ ଦିଅଁ ଦେବତା

ଶୁଭ ମନାସୀ ମୁଁ ମୋ ପରିବାରର

କରେ ମୁଁ କଲ୍ୟାଣ ଚିନ୍ତା ॥

ଶାଶୁଶଶୁରଙ୍କ ସେବା ଶୁଶ୍ରୂଷାକୁ

ଭାବେ ମୁଁ ପରମ ଧର୍ମ

ସ୍ୱାମୀ ମୋ ଦେବତା ମାନି ତାଙ୍କ କଥା

କରେ ମୁଁ ବିହିତ କର୍ମ ॥

ସେଥିପାଇଁ ଘର ମୋର ଦେବାଳୟ

ଲଭେ ମୁଁ ପରମ ଶାନ୍ତି

ଧର୍ମୀୟ ଭାବନା ଇଶ୍ୱର ଚିନ୍ତନେ

ଲଭିବି ପରମ ଗତି ॥



Rate this content
Log in