ମୁଁ ଗଛଟିଏ
ମୁଁ ଗଛଟିଏ
1 min
470
ଗଛଟିଏ ମୁଁ ଗଛଟିଏ,
ତୁମ ପରିକା ଜୀବଟାଏ।
ଫୁଟେ ଯେବେ ମୋ' ଠାରେ ଫୁଲ,
ଲାଗଇ ଆହା କେଡ଼େ ଭଲ।।
ଫଳଇ ପୁଣି ନାନା ଫଳ,
ଖାଁନ୍ତି ଜୀବଜନ୍ତୁ ସକଳ।
ଛୋଟ ପିଲାଏ ମୋ'ରି ପାଶେ,
ଖେଳୁଥାନ୍ତି ମନ ହରଷେ।।
ବାଟେ ଯେବେ ଯାଏ ବାଟୋଇ,
ମୋ'ରି ଛାଈକୁ ସେ ଲୋଡ଼ଇ।
ଚୁଟିଆ ସେ କଳା ମୁଣ୍ଡିଆ,
ଦେହକୁ ମୋ' କରେ ଖଣ୍ଡିଆ।।
ନାଶି ଦିଏ ମୋହରି କୁଳ,
ମୋ ବିନୁ ହୁଅଇ କାଙ୍ଗାଳ।
ଠାକୁରଙ୍କୁ କରେ ଗୁହାରି,
ସିଞ୍ଚି ଦିଅ କୁରୁପା ବାରି।।
