STORYMIRROR

Samar Ballav Bhoi

Children Stories Inspirational Children

4  

Samar Ballav Bhoi

Children Stories Inspirational Children

ମୁଁ ଗଛଟିଏ ଲଗାଇବି

ମୁଁ ଗଛଟିଏ ଲଗାଇବି

1 min
281


ମା' ପାଶେ ବସି କହିଲା ମୁନା

ଗଛଟିଏ ମୁହିଁ ପୋତିବି ଏଠି

ସବୁଦିନ ତାକୁ ଜଗି ବସିବି

ବଡ ହେବାଯାଏ ଲକ୍ଷ ରଖିବି।।


ବାପାଙ୍କୁ କହିବି ଗଛ ଆଣିବେ

ବାଡି ବଗିଚା ରେ ଲଗାଇ ଦେବେ

ଗଛ ଆମ ପାଇଁ କେତେ ଦରକାର

ଗଛରୁ ମିଳଇ କେତେ ଉପକାର।।


ମା' ତୁମେ ମୋତେ ସାହାଯ୍ୟ କର

ସବୁଜ ବନାନୀ କରିବି ଗାଁ ଆମର

ଗଛଟିଏ ଥିଲେ ଛାଇ ଯେ ମିଳେ

ପକ୍ଷୀମାନେ ଉଡିଆସି ବସନ୍ତି ଡାଳେ।।


ସୂର୍ଯ୍ୟଙ୍କ ତାପରୁ ବଂଚିବା ପାଇଁ 

ଗଛ ତଳେ ମିଳେ କଅଁଳ ଛାଇ 

ଅଙ୍ଗାରକାମ୍ଳ କୁ ଟାଣି ସେ ନିଏ

ନିଃଶ୍ୱାସ ପାଇଁ ଅମ୍ଳଜାନ ଆମକୁ ଦିଏ।।


ସ୍କୁଲରେ ମୁଁହିଁ କହିବି ଯାଇ

ବାଡି ବଗିଚାରେ ଗଛ ଲଗାଓ ଭାଇ

ଗଛ ରହିଲେ ଆମେ ବଂଚିବା

ଗଛ କାଟିଲେ ଆମେ ମରିବା।। 


ଆସରେ କୁନା ଟୁନା ଆଉ ଟିକିନା

ଗଛ ଲଗାଇବା ରେ ଡେରି କରନା

ଧରିତ୍ରୀ ମା'କୁ ରକ୍ଷା କରିବା

ସବୁଜ ବୃକ୍ଷ କୁ କବଚ କରିବା।।


ରାସ୍ତା ପାଶେ ସବୁ ଲଗାଇ ଗଛ

ପରିବେଶ ଆମେ କରିବା ସ୍ବଛ

ଏକତା ପଣରେ ଲଗାଇ ଗଛ

ଧରିତ୍ରୀକୁ ଦିନେ କରିବା ସ୍ୱଚ୍ଛ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍