STORYMIRROR

Ram Prasad Bisoi

Others

3  

Ram Prasad Bisoi

Others

ମୁଁ ଏକାକୀ ପ୍ରବାସୀ ଭାରତୀୟ

ମୁଁ ଏକାକୀ ପ୍ରବାସୀ ଭାରତୀୟ

1 min
12.9K


ଘର କଥା ମନେପଡେ

ଆଜି ମୁଁ ଦୁରନ୍ତ ପ୍ରବାସୀ

ପାଖରେ କେହି ନାହାନ୍ତି

ମୋ ଭାଷାରେ ଦେବା ପାଇଁ ମୋ ପ୍ରଶ୍ନର ଉତ୍ତର

ସବୁ ନୂଆଁ ମୁହଁ ଦେଖି ମନରେ ଉଠେ ପ୍ରଶ୍ନ

କେହି ହେଲେ ଜଣେ ଥାନ୍ତା ମୋ ନିଜ ପାଖ ଲୋକ

ସବୁ ଅଚିହ୍ନା ମୁହଁରୁ କେତେଦିନ ଏମିତି ଖୋଜିଥାନ୍ତି ନିଜ ଲୋକ

ମୋ ବାପା ଭାଇ ବନ୍ଧୁ କଥା କି କହିବି

ଦୂରରେ ଥିଲେ ବି ମୋ ଠାରୁ ନୁହେଁ କେବେ ଦୂର

ପ୍ରେମକଟିଏ ସମୟ ଆଣି ଦେଏଛି ମୋ ପାଇଁ

ସମୟ ତାକୁ କରି ଦେଈଛି ବ୍ୟସ୍ତ ପେଟପାଟଣା ପାଇଁ

ତା ଅବକାଶରେ କେତେବେଳ କେମିତି କଥା ଦି ପଦ

ମିଳୁଛି ଆଶ୍ଵାସନା ପ୍ରେମର ଶାଶ୍ଵତ ଅଭିବ୍ୟକ୍ତ

ତଥାପି ମୁଁ ଏକୁଟିଆ ପଥିକ ଏକ ଅସରନ୍ତି ବାଟର

ସାଥି ଥାଇ ସାଥି ନହିଁ ମୋର

ବନ୍ଧୁ ଥାଇ ବନ୍ଧୁ ନହିଁ ମୋର

ପରିବାର ଥାଇ ପରିବାର ନହିଁ ମୋର

ମୁଁ ଏକାକୀ ପ୍ରବାସୀ ଭାରତୀୟ ।


ସମୟ ରାତ୍ର ୧୨ ଘଣ୍ଟା ତା-୧୮-୦୮-୨୦୧୪


Rate this content
Log in