STORYMIRROR

Rasmita Dixit

Others

3  

Rasmita Dixit

Others

ମୁଁ ଏକ ଆଶାୟୀ ନଦୀର ଧାରା

ମୁଁ ଏକ ଆଶାୟୀ ନଦୀର ଧାରା

1 min
217

●●ମୁଁ ଏକ ଆଶାୟୀ ନଦୀର ଧାରା ●

________ରଶ୍ମିତା ଦୀକ୍ଷିତ________


ମୁଁ ଏକ ଆଶାୟୀ ନଦୀର ଧାରା

କକ୍ଷ ତେଜି ମୁଁ ବକ୍ଷେ ମିଶିବି

ମିଳନ ଆଶାରେ ମଜ୍ଜି ରହିଛି

ସାଗର ବୁକୁରେ ପରା...

             ମୁଁ ଏକ ଆଶାୟୀ ନଦୀର ଧାରା ।


ଦୂର ଦୁରୁଗମ ପ୍ରାନ୍ତ ଅଗମ୍ୟ

ତୋଳେ ନାହିଁ ମୁଁ ସପନେ ହରମ୍ୟ

ଝଞ୍ଜା , କୁଝ୍ହଟୀକା ରୋକି ପାରିବେନି 

ପ୍ରତିବନ୍ଧ ପଥ ସାରା.............

                 ମୁଁ ଏକ ଆଶାୟୀ ନଦୀର ଧାରା ।


ରୁକ୍ଷ  ତନୁ ର ଛୁଆଁରେ ହଜିନି 

ଶଇଳ ଚୁମ୍ବନେ ମନକୁ ହାରିନି

ଅବିଶ୍ରାନ୍ତ ଗତି ଲକ୍ଷ ସାଧନେ 

ଫୁଟାଏ ପଥରେ ତାରା ......

             ମୁଁ ଏକ ଆଶାୟୀ ନଦୀର ଧାରା ।


ସଞ୍ଚିତ ମୋର ବଞ୍ଚୀତ ପ୍ରୀତି 

ମଧୁକ୍ଷରା କେତେ ଦିବସ ରାତ୍ରୀ 

ପୁହାଇ ଉନ୍ନିଦ୍ରେ ଛୁଟିଛି ଆଗକୁ 

ଉନ୍ମାଦନା ତନୁ ସାରା ...........

              ମୁଁ ଏକ ଆଶାୟୀ ନଦୀର ଧାରା ।


ବାଲୁକା ଶଯ୍ୟାରେ ଅବଶେ ଶୋଇ

ଵିଶ୍ରାମ କରିଛି ଶୂନ୍ୟକୁ ଚାହିଁ

ନିର୍ଝରିଣୀ ରୁ ନଦୀ ସ୍ରୋତସ୍ୱିନୀ

ଗାଥା ମୋ ବ୍ୟଥାର ଧାରା ........

               ମୁଁ ଏକ ଆଶାୟୀ ନଦୀର ଧାରା ।


ପାଥ ମୋ ଦୁରୁହ ପ୍ରତିବନ୍ଧ ଭରା 

ଉତ୍ସର୍ଗ କରିଛି ଜୀବନ ସାରା 

ମୁକ୍ତି ପଥର ଅମୃତ ଯାତ୍ରୀ ମୁଁ

ସାଗର ସନ୍ଧାନୀ ମୀରା........

                ମୁଁ ଏକ ଆଶାୟୀ ନଦୀର ଧାରା ।


ସାଗରେ ଉତ୍ତାଳ ନୀଳ ତରଙ୍ଗ

ଲବଣ ଜୁଆରେ ପ୍ରେମର ରଙ୍ଗ 

ମଧୁରୀମା ଭରି ଆଶ୍ଳେଷ ରେ ମୋର

ନିଃଶେଷ ହେବି ମୁଁ ପରା .........

              ମୁଁ ଏକ ଆଶାୟୀ ନଦୀର ଧାରା ।


ମୁକ୍ତ ଚଂଚଳ ଅବାଧ ଗତିରେ 

ଲୁପ୍ତ ହେବାକୁ ଅସୀମ ସାଗରେ 

ସିକ୍ତ ତନୁରେ ଜଳ ତରଙ୍ଗ 

ଉଲ୍ଲାସେ ଏ ପ୍ରାଣ ଭରା ........

              ମୁଁ ଏକ ଆଶାୟୀ ନଦୀର ଧାରା ।



Rate this content
Log in