STORYMIRROR

Kumarlal Rana

Others

4  

Kumarlal Rana

Others

ମୁଁ ଚାଷୀ

ମୁଁ ଚାଷୀ

1 min
242

 ଜଗତ ପାଇଁ  ମୁଁ ଏକା ବଢିଛି ହେବି ମୁହିଁ ବଡ଼ ଚାଷୀ  l 

କରି ଚାଷ ବାସ  ହିତରେ ରଖିବି  ଧରତୀ ମାଆକୁ ତୋଷି l  

ଫଗୁଣ ହେଉକି ବରଷା ହେଉ ମାସର କି ଗୁଣ ରୀତି l

 ବାରମାସ ଯାକ ଚାଷ କରିଥାଏ  ଖଟି ଥାଏ ଦିନ ରାତି l

 ଧାନ ବିରି ମୁଗ କୋଳଥ ଆରସି  ଯେତେକ ଫଲଇ ଡାଳେ l

ସବୁ ମୋ ହାତରେ ଉପୁଜି ଥାଏଟି  ଦଇବର କୃତ ବଳେ l

ଭାଗ୍ୟ ମୋ ସିଆଣୀ  ରଖି ଅଛି ଆଣି  ପୁରି ଯାଏ ମୋ ଭଣ୍ଡାର l

ମୋ ପରି କୃଷକ କିଏ ବା ଅଛଇ   ଭାଗ୍ୟ ବିହିଛି ଅପାର l  


Rate this content
Log in