STORYMIRROR

Balaram Barik

Others

3  

Balaram Barik

Others

ମୁଁ ଭାରତୀୟ ବୁଦ୍ଧିଜୀବୀ

ମୁଁ ଭାରତୀୟ ବୁଦ୍ଧିଜୀବୀ

1 min
192


ଲିବେରାଲ ଇସ୍କୁଲ ରେ ଇଂରାଜୀ ପଢିଥିବା ଜ୍ଞାନୀ ମୁଁ।

ଧର୍ମନିରପେକ୍ଷତାର ଘଣ୍ଟ ପିଟୁଥିବା କୁହାମୁଣ୍ଡା କପିଳା ମୁଁ।


ଏସି ରୁମରେ ହାଇ କମ୍ଫର୍ଟ ସୋଫାରେ ବସି 

 ଗରିବୀର ଫଟୋସପ୍ ପୋଷ୍ଟ କରୁଥିବା ନାୟକ ମୁଁ।


ପ୍ରାୟୋଜିତ ଇତିହାସ ବହି ପଢ଼ାଉଥିବା ଗବେଷକ ମୁଁ।

ଖବର କାଗଜରେ ମନଗଢା ସ୍ତମ୍ବ ଲେଖୁଥିବା ହୁସିଆର ମୁଁ।


ପେଶାରେ ଓକିଲ, ନିଶାରେ ରାଜନେତା ସାଜିଛି

ଯେଉଁଠୁ ଯେମିତି ଯାହା ମିଳିଲା ହାତେଇ ନେଇଛି ମୁଁ।


୧୦/୧୨ ଟି ବଲିଉଡ଼ ମୁଭି ହିଟ ହେଇଗଲା ପରେ 

ରିଅଲ ଲାଇଫର ହିରୋ ପରି ଭାଷଣ କୁଟୁଛି ମୁଁ।


ପକ୍ଷପାତ ସାମ୍ବାଦିକତା କରି ଅନେକ ଆୱାର୍ଡ ଜିତିଛି ମୁଁ।

ସ୍କ୍ରିପ୍ଟ ଅନୁଯାୟୀ ଦେଶ ନଚାଲିଲେ ଆୱାର୍ଡ ଫେରାଏ ମୁଁ।


ମାଇନରଙ୍କ ଅଧିକାର ପାଇଁ ଲଢେଇ କରୁଛି ମୁଁ।

ମେଜର କୁଆଡେ ଉଭେଇ ଗଲେଣି ଖବର ରଖୁନି ମୁଁ।


ପ୍ରଶଂସା ଆଶାରେ ଦେଶ ବିରୋଧୀଙ୍କୁ ସପୋର୍ଟ କରୁଛି ମୁଁ।

  ଦେଶର ସୈନିକଙ୍କ ଶୌର୍ଯ୍ୟ ଉପରେ ପ୍ରଶ୍ନ ଚିହ୍ନ ଲଗାଏ ମୁଁ।


ଆତଙ୍କର ଜାତି, ଧର୍ମ,ବର୍ଣ୍ଣ ଓ ଦେଶର ନାହିଁ ପକ୍ଷ ରଖୁଛି ମୁଁ।

ଭିନ୍ନ ବିଚାର ପୋଷଣ କରୁଥିବା ଭାରତୀୟ ବୁଦ୍ଧିଜୀବୀ ମୁଁ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍