STORYMIRROR

Nayana Kumar Mohanta

Others

3  

Nayana Kumar Mohanta

Others

ମୁଁ ବେଲାଳ'ସେନ କହୁଛି

ମୁଁ ବେଲାଳ'ସେନ କହୁଛି

1 min
323


ଏଡିକି ନିଷ୍ଠୁର ତୁହି-

ରେ ଭାଗ୍ୟ-ବିଧାତା,

ରଣେ ଯୁଝିବା ଆଗରୁ-

ହେଲି ଛିହ୍ନ-ମଥା,.......୧

ଏକ-ବାଣେ ଆଂକି-ଚିତା-

ଭାଲେ କୌରବ'ର,

ଆନଏକ-ବାଣେ ଶେଷ-

କରଂତି ସମର.....୨

ଆନ କରି କେ ପାରିବ-

ବିଧି'ର ବିଧାନ,

ହାୟ'ରେ ବିଧାତା ତୁହି-

ଦେଲୁ ଏ କଷଣ........୩

ଭୀମସେନ ରକତ ମୁଁ-

ପାଇ ଏ ଦେହରେ,

ପିତା-ଋଣ ନ'ଶୁଝି-

ଚାହିଁଛି ନୀରବ'ରେ.......୪

ଆଖି-ଆଗେ କୁରୁଖେତ୍ର-

କରୁଣ କା ସ୍ୱର,

ଅଭିମନ୍ୟୁ ମୋତେ ଡାକେ-

ଭାଇ ରଖ୍ୟା କର.......୫

ସପତ-ରଥି'ରଘେରେ-

ଡାକେ ବାର-ବାର-

ହେ ପାଂଡବ-ସଖା ଦିଅ-

ମୋର ଧନୁ-ଶର......୬

ସହି ନ'ପାରିବି ଆଉ-

ଭାଇ'ର କଷଣ,

ମୁକତି ଦିଅ ମାଧବ-

ଦିଅ ଧନୁର୍ବାଣ......୭

ନିର୍ମମ ଏ ସପ୍ତ'ରଥି-

ଆଜି ବିନାଶିବି,

ଅଧରମି-ନାଶି-

ଅଭିମନ୍ୟୁ ବଂଚାଇବି......଼୮

ଧିକ ତୁମେ ମାମୁଁ ମୋର-

କଟାଇଲ ଶିର,

ନ'ଶୁଣୁଛ ଡାକ-

ଚକ୍ରବ୍ୟୁହେ ଭଣଜା'ର .....୯

ଜଗତ-ଜୀବନ ତୁମେ-

ଆରତ-ତାରଣ,

ଅଭିମନ୍ୟୁ ଡାକ କିଂପା-

କାନ'ରେ ନ'ଶୁଣ.......୧୦

ସହସ୍ର-ଯୋଜନୁ ଯେବେ-

ପାଂଚାଳି ଡାକିଲା,

କୋଟି-ବସନେ ଢାଂକିଲ-

ଉଲଗ୍ନ ନହିଲା.......୧୧

ଧିକ ଏ ଜନମ ମୋର-

ଧିକ ବୀର'ପଣ,

ଆଖି'ଆଗେ ଭାଇ ମୋର-

ଲଭ଼ଇ ମରଣ.......୧୨

କି ଲୀଳା ରଚିଲ ପ୍ରଭୁ-

ଆହେ ନାରାୟଣ,

ଅଧରମି ପାଶେ ଧର୍ମ-

ପାଉଛି କଷଣ.......୧୩

ଘେନ-ଘେନ ଅଭିଶାପ-

କୃଷ୍ନ-ଭଗବାନ,

ସରିବ'ନି ଯୁଦ୍ଧ-

ନ'ମରିବ ଦୁର୍ଯ୍ୟୋଧନ....... ୧୪

ତୁମ ଆଖି-ଆଗେ-

କଳିଯୁଗେ ଦୁଃଶାସନ,

ବାଳ'ଧରି ଦ୍ରୌପଦୀ'କୁ-

କରିବ ଉଲଗ୍ନ ......୧୫

ଏହି ଅଭିଶାପ ମୋର-

ଘେନ ଭାବ'ଗ୍ରାହୀ,

କଳି-ଯୁଗେ ଅପାଂଗ ତୁ-

ରହିବୁ ଅନାଇ....... ୧୬

ବେଲାଳ'ସେନ ଯେପରି-

ଆଜି ପୁତ୍ତଳିକା,

ଚକା-ଆଖି ଚାହିଁ'ଥିବୁ-

ହୋଇଣ ଜଳକା.......୧୭

ନୟନ....


Rate this content
Log in