STORYMIRROR

pranati Mahapatra

Others

3  

pranati Mahapatra

Others

ମୁଁ (ବାପାଙ୍କର ଅନ୍ତଃସ୍ଵର)

ମୁଁ (ବାପାଙ୍କର ଅନ୍ତଃସ୍ଵର)

1 min
271


କାହିଁକି ନା ...


ମୁଁ ତ ଦୁନିଆଁ ର ସବୁ ଖୁସି ଆନନ୍ଦ

ତା ହାତରେ ଅଜାଡି ଦେଉଥିଲି।

ତା ଖିଲି ଖିଲି ହସରେ

ମୁଁ ପାଗଳ ହୋଇ ଯାଉଥିଲି।

ତାକୁ ଦେଖିଦେଲେ ଦିନସାରା ର

ସବୁ ଦୁଃଖ,କଷ୍ଟ,କ୍ଲାନ୍ତି,ସବୁ କିଛି

ପାଶୋରି ଦେଉଥିଲି।

ସେ ମୋ ଜୀବନ, ସେ ମୋ ସପନ

ସେ ମୋ ଘରର ଅମୂଲ୍ୟ ରତନ।

ସେ ବି

ତା ମାଆଠାରୁ ଅଧିକ ମୋତେ ଭଲପାଏ,

ସବୁବେଳେ ମୋତେ ହିଁ ଖୋଜେ,

ଯେତେ ଜୋରରେ କାନ୍ଦୁଥିଲେ ବି

ମୋତେ ଦେଖିଦେଲେ ଫିକ୍ କିନା

ହସିଦିଏ।

ଆଉ ହାତ ଟେକି ମୋ ଉପରକୁ

ଡେଇଁ ପଡେ।

ସେ ଏବେ ପାଠ ପଢିବାକୁ ସ୍କୁଲ ଗଲାଣି।

ସାଙ୍ଗ ସାଥି, ଶିକ୍ଷକ ଶିକ୍ଷୟିତ୍ରୀ, ବନ୍ଧୁ

 ବାନ୍ଧବୀ ଙ୍କ ସହ ମିଶିଲାଣି।

ଆଉ ବହୁତ ଅଝଟିଆ ହୋଇଗଲାଣି।

ମୋ ହାତ ଛାଡ଼ି ଏକା ଏକା

 ଚାଲିବାକୁ ପସନ୍ଦ କଲାଣି।

ଆଉ ମୁଁ ଏବେ ଏବେ କଠୋର

 ହୋଇଗଲିଣି।

ମୋ ଶାସନ,ସ୍ନେହ ଶ୍ରଦ୍ଧାର 

ପାଚେରୀ ମଧ୍ୟରେ ଚଲାବୁଲା କରିବାକୁ ସେ ଘୃଣା କଲାଣି।

ମୁଁ ବି ବୁଝି ପାରୁନି ଏତେ ମମତା

ବନ୍ଧନରୁ ବାହାରି ସ୍ଵେଛାଚାରିତା 

ସେ ହେଲା କିପରି।

ମୋ ଭଳି ମମତାର ପାଚେରୀ ଭାଙ୍ଗି

ମୋତେ କବର ଦେଇ

ମୋ ସମାଧି ଉପରେ ଚଢ଼ି

ସେ ପଳେଇଲା କିପରି?

କଣ ମୋ ଅତିରିକ୍ତ ଭଲପାଇବା,

ସମାଜର ନିୟମକାନୁନ ଭିତରେ

ରଖିବା ଭୁଲ,

ସମାଜର ଲୋଲୁପ ଦୃଷ୍ଟି ଥିବା

ରାକ୍ଷସ ଆଢୁଆଳରେ ରଖିବା

ମୋର ପାପ;

ନା ଆଉ କିଛି।

ସେ ଦେଇଥିବା କବର ମୋର

ତଥାପି ତା ପାଇଁ ବ୍ୟଥିତ।

ମୋ କୋହଭରା କଣ୍ଠସ୍ଵର

ଗୁଞ୍ଜରିତି ହେଉଛି

ମାଆ ଲୋ ନରରାକ୍ଷସର 

ଶିକାର ହୁଅନା ।



Rate this content
Log in