ମୁଁ ବାପା
ମୁଁ ବାପା
1 min
13.7K
ଆସୁ ପଛେ ଯେତେ ଅଭାବ ଦୁର୍ଦ୍ଦଶା
ଥିବି ମୁହିଁ ତୋର ପାଶେ,
ଦୁଃଖ କି ଯନ୍ତ୍ରଣା ତିଳେ ହିଁ ନ ଥିବ
ବାପା ଥିବ ତୋର ଶ୍ଵାସେ ।
ରୋଗରେ ପୀଡିତ ଦେଖିଦେଲେ ତୋତେ
ଛାତି ଫାଟିଯାଏ ମୋର,
ଲାଗେ ମୋତେ ସତେ ଭାଙ୍ଗିଗଲା ଘର
ସୁଖ ହେଲା ସ୍ଵାର୍ଥପର ।
ପଥଭ୍ରଷ୍ଟ ଯେବେ ହୋଇଯାଏ ପୁଅ
ସବୁ କଷ୍ଟ ମୁଁ ସହିବି,
ଅବାଟରୁ ମୁହିଁ ବାଟକୁ ଆଣିବି
ଦୁଃଖରେ ସାଥି ମୁଁ ହେବି ।
ଶିକ୍ଷା ଯଦି ପୁଅ ଗ୍ରହଣ ନ କରି
ଅଶିକ୍ଷା ପଛରେ ଯାଏ,
ହାତ ଧରି ତାକୁ ଅଶିକ୍ଷା ପଥରୁ
ଭଲ ରାସ୍ତାକୁ ମୁଁ ନିଏ ।
କୁଜଙ୍ଗରେ ପଡ଼ି ଭୁଲିଯାଉ ଯଦି
ପିଡିଆ ଥିବା ବାପାକୁ,
ସ୍ଵୟଂ ଭଗବାନ କ୍ଷମା ଦେବେ ନାହିଁ
ମନେରଖ ମୋ କଥାକୁ ।
କେ.ନିର୍ମଳ
ଭଦ୍ରକ, ବାସୁଦେବପୁର(ଜଗନ୍ନାଥି)
