STORYMIRROR

subrat kumar jena

Others

3  

subrat kumar jena

Others

ମୁଁ ଅପେକ୍ଷାରତ

ମୁଁ ଅପେକ୍ଷାରତ

1 min
301


ମୁଁ ଅପେକ୍ଷାରେ

ତୁମ ରଥର ସାରଥି ହେବା ପାଇଁ

ତୁମକୁ ମହାଭାରତ ଯୁଦ୍ଧରେ ବିଜୟ ଦେବା ପାଇଁ

ମୁଁ ଅପେକ୍ଷାରେ

ତୁମ ଧର୍ମର ପ୍ରତୀକ ଧ୍ଵଜା ହେବା ପାଇଁ

ତୁମ ନାମକୁ ଉଚ୍ଚା ରଖି ଫର୍ ଫର୍ ଉଡ଼ିବା ପାଇଁ

ମୁଁ ଅପେକ୍ଷାରେ

ତୁମ ଅସହାୟ ବେଳରେ ସାଥୀ ହେବା ପାଇଁ

ତୁମ ସହ ନାଶକ ହେବାକୁ ପାପୀଙ୍କ ଚକ୍ରବ୍ୟୁହ ପାଇଁ

ମୁଁ ଅପେକ୍ଷାରେ

ତୁମର ସେ ଅପୃବ ମୋହିନୀ ରୂପ ଦର୍ଶନ ପାଇଁ

ପଡ଼ିଛି ଶିଳା ଖଣ୍ଡ ହୋଇ ତଵ ସ୍ପର୍ଶରେ ମୁକ୍ତି ପାଇଁ

ମୁଁ ଅପେକ୍ଷାରେ

ତୁମ ଜ୍ୟୋତ୍ସ୍ନା ଭିଜା ରାତ୍ରିର ମଲ୍ଲି ଫୁଲ ହେବା ପାଇଁ

ତୁମ ପ୍ରତିଟି ରାତ୍ରୀକୁ ସୁଗନ୍ଧିତ ବାସ୍ନାରେ ଭାରିଦେବା ପାଇଁ

ମୁଁ ଅପେକ୍ଷାରେ

ତୁମ ପ୍ରତ୍ୟେକଟି ଶୀତ ସକାଳର କାକର ହେବା ପାଇଁ

ପ୍ରତି ସକାଳୁ ନରମ ପାଦର ସ୍ପର୍ଶକୁ ଅନୁଭବ କରିବା ପାଇଁ

ମୁଁ ଅପେକ୍ଷାରେ

ତୁମ ଅଧାଲିଖିତ କାହାଣୀର ବାକି ଶବ୍ଦ ହେବା ପାଇଁ

ତୁମ କାଉଁରୀ ଛୁଆଁକୁ ମୋ ବକ୍ଷରେ ଅନୁଭବ କରିବା ପାଇଁ


ସୁବ୍ରତ ଜେନା

ଯାଜପୁର

୯୭୭୬୨୦୮୯୩୦


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍