STORYMIRROR

subrat kumar jena

Others

2  

subrat kumar jena

Others

ମୁଁ ଅପେକ୍ଷାରତ

ମୁଁ ଅପେକ୍ଷାରତ

1 min
314


ମୁଁ ଅପେକ୍ଷାରେ

ତୁମ ରଥର ସାରଥି ହେବା ପାଇଁ

ତୁମକୁ ମହାଭାରତ ଯୁଦ୍ଧରେ ବିଜୟ ଦେବା ପାଇଁ

ମୁଁ ଅପେକ୍ଷାରେ

ତୁମ ଧର୍ମର ପ୍ରତୀକ ଧ୍ଵଜା ହେବା ପାଇଁ

ତୁମ ନାମକୁ ଉଚ୍ଚା ରଖି ଫର୍ ଫର୍ ଉଡ଼ିବା ପାଇଁ

ମୁଁ ଅପେକ୍ଷାରେ

ତୁମ ଅ ସହାୟ ବେଳରେ ସାଥୀ ହେବା ପାଇଁ

ତୁମ ସହ ନାଶକ ହେବାକୁ ପାପୀଙ୍କ ଚକ୍ରବ୍ୟୁହ ପାଇଁ

ମୁଁ ଅପେକ୍ଷାରେ

ତୁମର ସେ ଅପୃବ ମୋହିନୀ ରୂପ ଦର୍ଶନ ପାଇଁ

ପଡ଼ିଛି ଶିଳା ଖଣ୍ଡ ହୋଇ ତଵ ସ୍ପର୍ଶରେ ମୁକ୍ତି ପାଇଁ

ମୁଁ ଅପେକ୍ଷାରେ

ତୁମ ଜ୍ୟୋତ୍ସ୍ନା ଭିଜା ରାତ୍ରିର ମଲ୍ଲି ଫୁଲ ହେବା ପାଇଁ

ତୁମ ପ୍ରତି ଟି ରାତ୍ରୀକୁ ସୁଗନ୍ଧିତ ବାସ୍ନାରେ ଭାରିଦେବା ପାଇଁ

ମୁଁ ଅପେକ୍ଷାରେ

ତୁମ ପ୍ରତ୍ୟେକଟି ଶୀତ ସକାଳର କାକର ହେବା ପାଇଁ

ପ୍ରତି ସକାଳୁ ନରମ ପାଦର ସ୍ପର୍ଶ କୁ ଅନୁଭବ କରିବା ପାଇଁ

ମୁଁ ଅପେକ୍ଷାରେ

ତୁମ ଅଧାଲିଖିତ୍ କାହାଣୀ ର ବାକି ଶବ୍ଦ ହେବା ପାଇଁ

ତୁମ କାଉଁରୀ ଛୁଆଁ କୁ ମୋ ବକ୍ଷରେ ଅନୁଭବ କରିବା ପାଇଁ


ସୁବ୍ରତ ଜେନା

ଯାଜପୁର

୯୭୭୬୨୦୮୯୩୦


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍