STORYMIRROR

Dr.Omm Prasad Pradhan

Others

3  

Dr.Omm Prasad Pradhan

Others

ମୁଁ ଅଧ୍ୟାପକ

ମୁଁ ଅଧ୍ୟାପକ

1 min
288


ଅଧ୍ୟୟନ କରିଥିଲି ଅଧ୍ୟାପକ ପାଇଁ କି

ନିଯୁକ୍ତି ଅଭାବେ ଶୁଣେ, ଅଧ୍ୟାପକ କାହିଁକି ?

ମିଳିଲାନି ସରକାରି ନିଯୁକ୍ତି ଖବର

ଅତିଥି ଅଧ୍ୟାପକ ଭାବେ ନିଯୁକ୍ତି ହିଁ ସାର

ନିଇତି କଲେଜ ରେ କ୍ଲାସ

ଆଉ ଯାବତୀୟ ଭାର

ଯେବେ ବେତନ ପାଇଁ କି ହୁଏ ଅଗ୍ରସର

ପ୍ରିନ୍ସିପାଲ ସାର କୁହନ୍ତି ଟିକିଏ ଥୟ ଧର

ଯୋଜନା ଆସିଲାଣି ଶୀଘ୍ର ହେବ ରେଗୁଲାର

ଯଦି ପାର ଟିକେ ଏକ୍ସଟ୍ରା କ୍ଲାସ କର

ଛାତ୍ର ମାନେ ଆମ ଅତି ଦୁର୍ବଳ

ଯେମିତି ଉତ୍ତୀର୍ଣ୍ଣ ହୁଅନ୍ତି ଏକବାର

ଶୁଣିକି ହସେ ମୁଁ ବହୁବାର

କହିବା ଟା ଯେଡ଼େ ସହଜ ଲାଗଇ

କରିବାଟା ନୁହେଁ ମଜାଦାର

ତଥାବି ଚାକେରି କରିଛି ଅଧ୍ୟାପକ ର

ଇଛା ଥାଉ କି ନଥାଉ ନୁହେଁ କେହି ଶୁଣିବାର

ସ୍ୱଳ୍ପ ବେତନ ରେ କି ଚଳେ ମୋ ସଂସାର

ସେଥି ପାଇଁ ଯାଏ କୋଚିଂ ସେଣ୍ଟର

କଲେଜ ରେ ଏକ୍ସଟ୍ରା କ୍ଲାସ ଆଉ

ଆଉ ଏ କୋଚିଂ ସେଣ୍ଟର

ପରିଶ୍ରମ କରି ଦେହ ହୁଏ ମୋ ବେମାର

ତଥାବି ମିଳେନି ଛୁଟି ମିଳେ ଖାଲି ଖବର

କୋଉଠି ଅଛନ୍ତି ସାର ଶୀଘ୍ର କୋର୍ସ ସାର

ପାଖେଇଲାଣି ପରୀକ୍ଷା

ଛାତ୍ର ଛାତ୍ରୀ ଙ୍କୁ ମାଡ଼ିଲାଣି ଡର

କେମିତି ସେମାନେ ହେବେ ଉତ୍ତୀର୍ଣ୍ଣ

ସେ ବିଷୟ ଚିନ୍ତା କର

ନହେଲେ ସେମାନେ କରିବେ ଷ୍ଟ୍ରାଇକ

କ୍ଲାସ ହେଉନାହିଁ ବୋଲି ଲଗେଇ ମାଇକ

ଏସବୁ ଶୁଣି ବି କେବେ ହୁଏନି ବିରକ୍ତ

କେବେ ବି ଚଢେନି ମୁଣ୍ଡ କୁ ମୋ ରକ୍ତ

ହସି ଏଡେଇଦିଏ ସବୁଦିନ ପରି

ଏଇ ବୋଧେ ଜୀବନ ଆମରି

ସମାଜ କୁ ଆଲୋକ ବାଣ୍ଟି

ନିଜ ଘରେ ଅନ୍ଧକାର କୁ ସାଉଁଟି

ବଞ୍ଚିଛି ବଞ୍ଚିବାକୁ ପଡିବ

ଆଉ କେତୋଟି ଦିନ

ନିଜ ଭିତରେ ସୁଖ କୁ ସାଉଁଟି

ସୁଜଳ ସାର କହିଲେଣି ବହୁବାର

ଧର୍ଯ୍ୟ ଧର ସୁଧାଂଶୁ ହେବ ଜଲଦି ରେଗୁଲାର

ଅପେକ୍ଷା କରିବା ପାଇଁ ଅର୍ଥ ବି ଦରକାର

ସାହ ଭରସା ଯାହା ଏଇ କୋଚିଂ ସେଣ୍ଟର

ଏତିକି ଦୁଃଖ ଆମର

ମିଳୁନାହିଁ ପ୍ରାପ୍ୟ ଆମର

ଦେଖାଯାଉ କେତେବେଳେ ହେବ

ଏ ଅପେକ୍ଷା ଅନ୍ତର ଆବିଷ୍କାର

କେବେ ମିଳିବ ଆଦର୍ଶ ଅଧ୍ୟାପକର ପୁରସ୍କାର ....।

        



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍