STORYMIRROR

Tapaswini DashSarangi

Others

4  

Tapaswini DashSarangi

Others

ମୁଁ ଆଉ ମୋ କଲମ

ମୁଁ ଆଉ ମୋ କଲମ

1 min
316

ମୁଁ ଆଉ ମୋ କଲମ

ସେତେବେଳେ ସାଥୀ ହୋଇ ଥାଉ

ଯେତେବେଳେ ମୁଁ ସୁଖର ବର୍ଷାରେ ମତୁଆଲା ଥାଏ

ଯେତେବେଳ ହସର ମୁକ୍ତା ମୋ ମୋ ମୁହଁକୁ ଝଲସଉଥାଏ

ଯେତେବେଳେ ଜୀବନ ରାସ୍ତା ରେ ଖୁସି ର ଫଲ୍ଗୁ ବିଛୁରିତ ହୋଇଥାଏ।

ମୁଁ ଆଉ ମୋ କଲମ

ସେତେବେଳେ ସାଥୀ ହୋଇ ଥାଉ

ଯେତେବେଳେ ମୁଁ ଏକାନ୍ତ ରେ ଥାଏ

ଯେତେବେଳେ ଦୁଃଖ ରକୋହ ସବୁ ଲହଡୀ ପିଟୁଥାଏ

ଯେତେବେଳେ ଲୁହର ଶ୍ରାବଣୀ କୁ ଓଠ ପିଉଥାଏ।

ମୁଁ ଆଉ ମୋ କଲମ

ସେତେବେଳେ ସାଥୀ ହୋଇ ଥାଉ

ଯେତେବେଳେ ଅସମାହୀତ ପ୍ରଶ୍ନ ମାନ ମନ ରେ ଉଙ୍କି ମାରୁଥାଏ।

ଯେତେବେଳେ ଜୀବନର ଦୋଛକି ରେ ଠିଆ ହୋଇଥାଏ।

ଯେତେବେଳେ ବାଟବଣା ପଥିକ ପରି ଦିଗହରା ହୋଇଥାଏ।

ମୁଁ ଆଉ ମୋ କଲମ 

ସେତେବେଳେ ସାଥୀ ହୋଇ ଥାଉ

ଯେତେବେଳେ ସ୍ମୃତିକୁ ସାଉଁଟୁ ସାଉଁଟୁ ପିଲା ବେଳକୁ ଚାଲି ଯାଏ

ଯେତେବେଳ ପୁରୁଣା ଦିନ କୁ ଭାବୁ ଭାବୁ ଅଜାଣତେ ହସି ଦିଏ

ଯେତେବେଳେ ସ୍ମୃତିର କାନ୍ ଭାସରେ ନିଜ ଅତୀତକୁ ଆଙ୍କିଦିଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍