ମୁଁ ଆଉ ମୋ କଲମ
ମୁଁ ଆଉ ମୋ କଲମ
ମୁଁ ଆଉ ମୋ କଲମ
ସେତେବେଳେ ସାଥୀ ହୋଇ ଥାଉ
ଯେତେବେଳେ ମୁଁ ସୁଖର ବର୍ଷାରେ ମତୁଆଲା ଥାଏ
ଯେତେବେଳ ହସର ମୁକ୍ତା ମୋ ମୋ ମୁହଁକୁ ଝଲସଉଥାଏ
ଯେତେବେଳେ ଜୀବନ ରାସ୍ତା ରେ ଖୁସି ର ଫଲ୍ଗୁ ବିଛୁରିତ ହୋଇଥାଏ।
ମୁଁ ଆଉ ମୋ କଲମ
ସେତେବେଳେ ସାଥୀ ହୋଇ ଥାଉ
ଯେତେବେଳେ ମୁଁ ଏକାନ୍ତ ରେ ଥାଏ
ଯେତେବେଳେ ଦୁଃଖ ରକୋହ ସବୁ ଲହଡୀ ପିଟୁଥାଏ
ଯେତେବେଳେ ଲୁହର ଶ୍ରାବଣୀ କୁ ଓଠ ପିଉଥାଏ।
ମୁଁ ଆଉ ମୋ କଲମ
ସେତେବେଳେ ସାଥୀ ହୋଇ ଥାଉ
ଯେତେବେଳେ ଅସମାହୀତ ପ୍ରଶ୍ନ ମାନ ମନ ରେ ଉଙ୍କି ମାରୁଥାଏ।
ଯେତେବେଳେ ଜୀବନର ଦୋଛକି ରେ ଠିଆ ହୋଇଥାଏ।
ଯେତେବେଳେ ବାଟବଣା ପଥିକ ପରି ଦିଗହରା ହୋଇଥାଏ।
ମୁଁ ଆଉ ମୋ କଲମ
ସେତେବେଳେ ସାଥୀ ହୋଇ ଥାଉ
ଯେତେବେଳେ ସ୍ମୃତିକୁ ସାଉଁଟୁ ସାଉଁଟୁ ପିଲା ବେଳକୁ ଚାଲି ଯାଏ
ଯେତେବେଳ ପୁରୁଣା ଦିନ କୁ ଭାବୁ ଭାବୁ ଅଜାଣତେ ହସି ଦିଏ
ଯେତେବେଳେ ସ୍ମୃତିର କାନ୍ ଭାସରେ ନିଜ ଅତୀତକୁ ଆଙ୍କିଦିଏ।