STORYMIRROR

Bijaya Panda

Others

3  

Bijaya Panda

Others

ମୁଁ ଆଉ ମୋ କଲମ

ମୁଁ ଆଉ ମୋ କଲମ

1 min
144

ସୁଖରେ ଦୁଃଖରେ ଥାଉ ତୁ ସାଥିରେ

ମୋ ଭାବନା କୁ କରି ଜୀବିତ

ତୋ ବିନା ଏ ଜୀବନ ଅଧୁରା ଅଧୁରା

ଅନ୍ତସ୍ବରକୁ ପରିଣତ କରି ଅଳଙ୍କାର ଉପମାରେ ।


କହିଯାଇଛନ୍ତି କେତେ ମହାପୁରୁଷ

କଲମର ଶକ୍ତି ଅପାର

ଖଣ୍ଡା ଠାରୁ ବି ଶାଣିତ

କେବେ କ୍ରାନ୍ତି ଆଣେ

କେବେ କହିଯାଏ ପ୍ରେମର ଭାଷା

କେବେ ବିରହ ବେଦନା

କବି ମାନସ ରେ ଭରୁ ଅସରନ୍ତି କଳ୍ପନା ।


କେବେ ତୁ ବିଦ୍ରୋହୀ ସଂଗ୍ରାମୀ ସାଜୁ

ସମାଜର ହିତ ପାଇଁ

ତୋତେ ବେଇ ଏମିତି କିଛି ରଚି ଯାଏ କବି

ଜନ ମାନସରେ ଚିରଦିନ ପାଇଁ

ରହେ ସ୍ମରଣୀୟ ହୋଇ ।



Rate this content
Log in