STORYMIRROR

Banasmita Panda

Others

3  

Banasmita Panda

Others

ମୁଁ ଆଉ ମୋ ଗାଁ

ମୁଁ ଆଉ ମୋ ଗାଁ

1 min
190


ଛୋଟ ମୋର ଗାଆଁଟି 

ଭାରି ପ୍ରସିଦ୍ଧ ତା ନାଆଁଟି 

ପ୍ରତିଟି କୋଣରେ ଭରି ରହିଛି ସୁନ୍ଦରତା 

ସେଇ ସୁନ୍ଦରତାକୁ ନେଇ ମୁଁ ଗର୍ବିତ 

ମୋ ମାଆକୁ ନେଇ ମୋ ପରିଚୟ 

ମୋ ଗାଆଁକୁ ନେଇ ମୋର ସମ୍ପୂର୍ଣ ଅସ୍ତିତ୍ୱ !


ପୂରୁବେ ସୂର୍ଯ୍ୟର ଆଗମନ 

ଆଣିଦିଏ ଅନେକ ଆଶା ଭରସା

ପଶ୍ଚିମା ଗୋଧୂଳି ଭରିଦିଏ ସବୁ ସ୍ୱପ୍ନ !


ଗାଁ ମାଟିର ମହକ 

ଶସ୍ୟଶାମଳା ସବୁଜ କ୍ଷେତ 

ଧାନ, ମୁଗ, ବିରି, କୋଳଥ ଭରା  

ନାନା ରକମର ପରିବା 

ଆକର୍ଷିତ କରେ ଆଖୁଠୁ କଦଳୀ, ନଡ଼ିଆ !


ବାର ମାସରେ ତେର ପରବ 

ଭଳିକି ଭଳି ନାନା ରକମର ପିଠାର ମହକ 

ଝୋଟି, ମୁରୁଜ ଭରା ବାରଣ୍ଡା, ଚଉଁରା 

ଦୂର ବନ୍ଧୁ ବାନ୍ଧବ ଭରା ଘର 

ଯାନିଯାତରା, ଯଜ୍ଞ, ମଉଛବ

ଗୁରୁବାର ମାଣ 

ହସଖୁସି ଭରା ଭରା ପରିବାର !


ଗାଆଁ ବିଦ୍ୟାଳୟ ନଡାଛପର ଘର 

ଅବଧାନେଙ୍କର ବେତ ପାହାର 

ବୋଉ ଚୁଲିମୁଣ୍ଡ ରୋଷେଇ 

ବାପାଙ୍କ ପାଠପଢା ତାଗିଦି 

ଶୀତଦିନ ସକାଳ କୁହୁଡି 

ଲାଲ ଟୁକ ଟୁକ ସାଧବ ବୋହୂ 

ଧାନ ଖଳା ପଖାଳ ଖିଆ 

ବର୍ଷାଦିନ କୁଆପଥର ମାଡ 

ବୋଇତ କଖାରୁ ଘଣ୍ଟା !


ଗାଁ ନଈର ଗାଧୁଆ ତୁଠ 

ଗାଁ ମହିଳାଙ୍କ ହାଟ

ସଭିଙ୍କ ଘରର କାହାଣୀ ସେଇଠି 

ବୁଢ଼ୀ ମାଆ ମାନଙ୍କ କଥା କାହାଣୀ ସେଇଠି 

ଜେଜେ, ଜେଜେ ମାଆ, ଅଜା, ଆଇ 

ନାତି, ନାତୁଣୀ 

ଭଳିକି ଭଳି କାହାଣୀ !


ଗାଁ ଗ୍ରାମଦେବତୀ ପୀଠ 

ମନ୍ଦିର, ଭାଗବତ ଟୁଙ୍ଗି ପାଠ 

ପୁରାଣ, ଭାଗବତ ଚର୍ଚ୍ଚା 

ଶିଖାଏ ଆମକୁ ସମାଜରେ

 ନୀତିନିୟମ ସହ ବଞ୍ଚିବା ! 


କଣ କହିବି ମୋ ଗାଆଁ କଥା 

ରକତେ ରକତେ ବସିଛି ତା ମହକ 

ତା କଥା !


ଏଇ ଭୂଇଁରେ ଜନମ ମୋର 

ଶେଷ ଇଚ୍ଛା ଏଇ ଗାଆଁ ମଶାଣିକୁ ଯାଉ 

କୋକେଇ ମୋର 

ଏତିକି ମାଗୁଣି ମୋର 

ଜଗନ୍ନାଥେ ସବୁ ଜନମେ ମୋତେ ମିଳୁ 

ଏଇ ଗାଆଁ ମାଟି ମୋର !



Rate this content
Log in