ମୁଁ ଆତଙ୍କବାଦୀ
ମୁଁ ଆତଙ୍କବାଦୀ
ଶକ୍ତିଶାଳୀ ଗୁଳିଗୋଳା ବିସ୍ଫୋରକ
ମାରଣାସ୍ତ୍ରରେ ସୁସଜ୍ଜିତ
ଜାତି ଧର୍ମ ବିବର୍ଜିତ
ହିତାହିତ ଜ୍ଞାନଶୂନ୍ୟ
ଆତଙ୍କବାଦୀ ମୋର ନାମ ।
ମଣିଷ ନୁହେଁ ମୁଁ ଭାରି ନିଦାରୁଣ
ନର ରାକ୍ଷସ ସଇତାନ ହୃଦୟହୀନ
ପାକିସ୍ତାନ ମାଟିରେ ମୋର ଜନ୍ମ
ଲାଳନ ପାଳନ ପ୍ରତିପୋଷଣ ।
ଶିକ୍ଷାଦୀକ୍ଷା ନାହିଁ ଲୋଡ଼ା
ଆତଙ୍କ ଶିବିରେ ମୋର ଆଡ୍ଡା
ମୃତ୍ୟୁକୁ ନଥାଏ ଡର
ସଂଗଠନ ସାଥେ ମୋର ଅଙ୍ଗୀକାର ।
ସମଗ୍ର ପୃଥିବୀ ଆଜି ପ୍ରକମ୍ପିତ
ଆତଙ୍କ କରାଳେ ସର୍ବେ ଭୟଭୀତ
ମୋଭଳି ଅଛନ୍ତି ଅନେକ ଜିହାଦୀ
ସୈନ୍ୟଙ୍କୁ ମାରିବାପାଇଁ କାରସାଦି ।
ଆଇ ଏସ ଆଇ ସହ ଆମର ପ୍ରେମ
ସେଥିପାଇଁ ମିଳେ ପ୍ରୋତ୍ସାହନ
ଭାରତ ଭିତରେ ପଶି ମାରିବାକୁ
ଭାରତୀୟ ସୈନ୍ୟ ।
ମାରିବୁ ମରିବୁ ଏହି ଆମ କାମ
ମଲେ ଆଲ୍ଲାଙ୍କ ପାଖରେ ମିଳିଯିବ ସ୍ଥାନ ।
