ମଉଳା ଆଶା
ମଉଳା ଆଶା
1 min
323
ସଞ୍ଜ ନଇଁଗଲା ସପନ ଦୁଆରେ
ମଉଳି ପଡ଼ିଲା ଆଶା
ସେନେହଁର ଡାକ ନ ଶୁଭିଲା ଆଉ
ଲୁହରେ ଭିଜିଲା ବସା,
କେଉଁ ଅପରାଧେ ଛାଡ଼ି ଚାଲିଗଲ
ଆପଣାକୁ ପର କରି
ନିଜ ପଥ ତୁମେ କ୍ଷଣିକେ ବାଛିଲ
ମନ କଥା ଅପସରି,
କେମିତି ଜିଇବୁ ତୁମ ବିନା ଏଠି
ନାହିଁ କେ ସାହା ଭରସା.....
କାନ୍ଦୁଛି ମମତା ମୁହଁକୁ ଲୁଚେଇ
ହୃଦୟରେ ଖାଲି କୋହ
କୋମଳତା ଆଖି ଖୋଜି ଚାଲିଥାଏ
ଛାଡ଼ି ନ ପାରଇ ମୋହ,
ଥରଟିଏ ଆସି କହି ଦେଇଯାଅ
ମେଣ୍ଟୁ ଏ ଜୀବନ ତୃଷା.....
