STORYMIRROR

Er.Sasanka Sekhar Panda

Others

3  

Er.Sasanka Sekhar Panda

Others

ମଉଳା ଆଶା

ମଉଳା ଆଶା

1 min
332

ସଞ୍ଜ ନଇଁଗଲା ସପନ ଦୁଆରେ

ମଉଳି ପଡ଼ିଲା ଆଶା

ସେନେହଁର ଡାକ ନ ଶୁଭିଲା ଆଉ

ଲୁହରେ ଭିଜିଲା ବସା,

କେଉଁ ଅପରାଧେ ଛାଡ଼ି ଚାଲିଗଲ

ଆପଣାକୁ ପର କରି

ନିଜ ପଥ ତୁମେ କ୍ଷଣିକେ ବାଛିଲ

ମନ କଥା ଅପସରି,

କେମିତି ଜିଇବୁ ତୁମ ବିନା ଏଠି

ନାହିଁ କେ ସାହା ଭରସା.....

କାନ୍ଦୁଛି ମମତା ମୁହଁକୁ ଲୁଚେଇ

ହୃଦୟରେ ଖାଲି କୋହ

କୋମଳତା ଆଖି ଖୋଜି ଚାଲିଥାଏ

ଛାଡ଼ି ନ ପାରଇ ମୋହ,

ଥରଟିଏ ଆସି କହି ଦେଇଯାଅ

ମେଣ୍ଟୁ ଏ ଜୀବନ ତୃଷା.....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍