Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Children Stories Inspirational Others

2.1  

Chittaranjan Nanda

Children Stories Inspirational Others

ମୁକୁଟବିହୀନ ସମ୍ରାଟ ମଧୁବାବୁ

ମୁକୁଟବିହୀନ ସମ୍ରାଟ ମଧୁବାବୁ

1 min
218



ନିଜ ମସ୍ତକରେ ମୁକୁଟ ନଥିଲା, 

ଥିଲା କିନ୍ତୁ ପଗଡ଼ି 

ତାଙ୍କର ରାଜ୍ୟ ତ ନଥିଲା, କିନ୍ତୁ 

ଥିଲା ପରା ରାଜୁତି ।


ସେ ରାଜୁତି ଥିଲା ଅର୍ଦ୍ଧ ଶତାବ୍ଦୀରୁ 

ଅଧିକ କାଳର 

ଖର୍ଚ୍ଚ ହେଉଥିଲା କିନ୍ତୁ ନଥିଲା କିଛି 

ଆୟ ରାଜସ୍ବର ।


ନିଜ ଭୂଖଣ୍ଡର ସାମଗ୍ରିକ ଉନ୍ନତି ପାଇଁ 

ସେ ଥିଲେ ପ୍ରତିଜ୍ଞାବଦ୍ଧ

କରିଥିବା ସମ୍ରାଟ ଉତ୍କଳ ଭୂଖଣ୍ଡର ଉନ୍ନତି

କଳ୍ପେ ନିଜକୁ ଉତ୍ସର୍ଗୀକୃତ ! 


ସେ ଥିଲେ ମଧୁସୂଦନ, କିନ୍ତୁ ବଂଶୀ ତ

 ପାଖେ ନ ଥିଲା

ବଂଶୀସ୍ବନ ଠାରୁ ଆହୁରି ମଧୁର ମୁଖ

ନିଃସୃତ ବାଣୀ ଥିଲା ।


ସେ ବାଣୀ ଟାଣି ଆଣୁଥିଲା ଉତ୍କଳ ଖଣ୍ଡର 

ରାଜାରାଜୁଡ଼ାଙ୍କୁ,

ସାହିତ୍ୟରଥୀଙ୍କୁ, ସ୍ବାଧୀନତା ସଂଗ୍ରାମୀଙ୍କୁ, 

ପଠନରତ ଛାତ୍ରମାନଙ୍କୁ ।


ବ୍ୟାସକବି ଯଥାର୍ଥରେ ଲେଖିଛନ୍ତି, 

ଯାଉଥିଲା ଗୋଟେ ଜାତିଟା ଭାସି, 

ରକ୍ଷା କରିଅଛ ସ୍ବର୍ଗରୁ ଆସି।

ଉତ୍କଳୀୟ ଜାତିର ଆଗୁଆ ହୋଇ, 

ପଞ୍ଚାଶ ବରଷ ଦେଲ ଆଗୋଇ ।


ହେ ଜାତିର ଗାଲମାଧବ, ଶତାବ୍ଦୀର ସୂର୍ଯ୍ୟ, 

ଶ୍ରେଷ୍ଠ ପ୍ରତୀକ ସ୍ବାଭିମାନର 

ନର ଦେହେ ନାରାୟଣ, ହେ କୁଳବୃଦ୍ଧ ଅଗ୍ର

ସାରଥୀ ଐରାବତ ଓଡିଆ ଜାତିର ।


ହେ ଓଡ଼ିଆ କୁଳର ଗର୍ବ ଗୌରବ, ଉତ୍କଳ ସମ୍ମିଳନୀର 

ତୁଙ୍ଗ ପରିକଳ୍ପକ ଓଡିଆଙ୍କ ଇଷ୍ଟପୁରୁଷ

ତୁମେ ଥିଲ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅଶ୍ଵାରୋହୀ,

ଏ ମାଟିର ଯଥାର୍ଥ ପ୍ରବାଦ ପୁରୁଷ।


ଓଡ଼ିଆଙ୍କ ହାତରେ 'ଓଡ଼ିଶା'କୁ ସଁପି ଦେଇ ଥିବା ଦୀପ୍ତି

ମାନ ସୂର୍ଯ୍ୟ ଯୁଗ ପୁରୁଷଙ୍କ ଜନ୍ମଦିବସରେ  

ମୁଁ ଚିତନ କୋଟି କୋଟି ଓଡିଆ ବାସୀଂକ ତରଫରୁ ମୁଣ୍ଡ 

ନୁଆଁଇ କୋଟି କୋଟି ଦଣ୍ଡବତ କରେ ।



Rate this content
Log in